ହୀରକ ଜୟନ୍ତୀ ଓ ଭଞ୍ଜ ସଂଗୀତ ଆସର ଭଞ୍ଜନଗର ଟାଉନ ହଲ ଠାରେ ଅନୁଷ୍ଠିତ।
ଭଞ୍ଜନଗର -୩୦/୦୩(ପ୍ରଫୁଲ୍ଲ କୁମାର ମହାରଣା )ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଆନନ୍ଦ ସଙ୍ଗୀତାୟନ ପକ୍ଷରୁ ଭଞ୍ଜ ସଙ୍ଗୀତର ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଭଞ୍ଜ ସଙ୍ଗୀତ ଆସର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ହେଉଥିବା ବେଳେ ଏଥିରେ ସରକାର ଏବଂ ଅଞ୍ଚଳବାସୀ ଙ୍କ ସହଯୋଗ ରହୁଛି। ଆଜି ଭଞ୍ଜନଗର ଟାଉନ ହଲ ଠାରେ ଦୁଇ ଦିନ ଧରି ହୀରକ ଜୟନ୍ତୀ ପାଳନ ହୋଇଛି ଓ ୱେବ ଦୁଇ ଦିନ ସଭା ଓ ସଂନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ସଭାପତି ପ୍ରଶାନ୍ତ ମହାନ୍ତି ଅଧ୍ୟକ୍ଷତା କରିଥିଲୋ ମୁଖ୍ୟ ଅତିଥ୍ ଭାବେ ପୌରାଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଯୋଗଦେଇ ଅନୁଷ୍ଠାନର ପ୍ରତିଷ୍ଠାତା ଗୁରୁ ଆଶୋକ ମହାପାତ୍ରଙ୍କ ପ୍ରଚେଷ୍ଟାକୁ ଉଚ୍ଚ ପ୍ରଶଂସା କରିଥିଲୋ ଏଥିସହ ଭଞ୍ଜ ସଙ୍ଗୀତ ର ପ୍ରଚାର ପ୍ରସାର ପାଇଁ ମ୍ୟୁନିସିପାଲଟି ପକ୍ଷରୁ ଯାହା ସାହାଯ୍ୟ ସହଯୋଗ ଲୋଡ଼ା ଯୋଗାଇ ଦିଆଯିବ ବୋଲି କହିଥିଲୋ ଗବେଷକ ଡ. ସନ୍ତୋଷ କୁମାର ଶତପଥୀ, ଦିଗପହଣ୍ଡି ଅତିରିକ୍ତ ତହସିଲଦାର ଆଶୀଷ କୁମାର ନାୟକ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଲୋକନାଥ ମହାନ୍ତି, ଡ ଉଷା ପାଢ଼ୀ, ବି ପ୍ରକାଶ ଚନ୍ଦ୍ର ପାତ୍ର, ଡ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, କୃତ୍ତିବାସ ବିଶାଳ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ଦ୍ଵିତୀୟ ସନ୍ଧ୍ୟା ରେ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳପତି ଶତ୍ରୁଘ୍ନ ପାଣିଗ୍ରାହୀ ଯୋଗ ଦେଇଥିଲେ। ଅନ୍ୟ ପକ୍ଷରେ ଭଞ୍ଜନଗର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ନାୟକ ଆନନ୍ଦ ସଂଗୀତୟନ ର ଭଞ୍ଜ ସଙ୍ଗୀତ ର ପ୍ରଚାର ପ୍ରସାର ଭୂମିକା କୁ ପ୍ରଶଂସା କରିଥିଲେ।ଏହି ଅବସରରେ ଘୁମୁସର ଅଞ୍ଚଳ ର ବିଭିନ୍ନ ସଙ୍ଗୀତ ଅନୁଷ୍ଠାନର କଳାକାର ସହ ବିଭିନ୍ନ ଲୋକ ନୃତ୍ୟ କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା।
