*ମାର୍ଚ୍ଚ 31 କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଅନୁଗୁଳ ଜିଲ୍ଲା ଗସ୍ତ*
(*ମା ହିଙ୍ଗୁଳା ଙ୍କୁ ଦର୍ଶନ କରିବେ, ଆଠମଲ୍ଲିକ ରେ ବିକାଶ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରିବେ*)
ତାଳଚେର /ଅନୁଗୁଳ :ତା 29/03: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କର ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି |ମାର୍ଚ୍ଚ 30 ତାରିଖ ମଧ୍ୟ ରାତ୍ରୀ ରେ ତାଳଚେର ଦିନଦୟାଲ ନଗର ରେ ପହଂଚି ରାତ୍ରୀ ଯାପନ କରିବେ |ମାର୍ଚ୍ଚ 31 ତାରିଖ ସକାଳ ଆଠ ଟାରେ ତାଳଚେର ର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳା ଙ୍କର ଯାତ୍ରା ରେ ଦର୍ଶନ କରିବା ସହ ପୂଜାର୍ଚନା କରିବେ |ସେଠାରୁ ଆଠମଲ୍ଲିକ ଗସ୍ତ କରି ଦିନ 10 ଟାରେ ରାମ ମନ୍ଦିର ରେ ଦର୍ଶନ କରିବେ |ଦିନ 11 ଟାରେ ଆଠମଲ୍ଲିକ ଷ୍ଟାଡିୟମ ଠାରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଉଦଘାଟନ ଓ ଶିଳାନ୍ୟାସ କରିବେ |ପରେ ଆଠମଲ୍ଲିକ ର ଓଏଡା ପଂଚାୟତ ର ଅଲାଠୁ ରାମ ମନ୍ଦିର ରେ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି |ପରେ ସେଠାରୁ ଭୁବନେଶ୍ୱର ଯାତ୍ରା କରିବେ |କେନ୍ଦ୍ରମନ୍ତ୍ରୀ ଙ୍କ ଅନୁଗୁଳ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ କୁ ନେଇ ବ୍ୟାପକ ପ୍ରସ୍ତୁତି ଚାଲିଛି |
