ଶକ୍ତି ନଗର ରେ ଶ୍ରୀରାମ ନବମୀ
ବରଗଡ଼ : ୨୮, ୦୩. (ନି, ପ୍ର )ଶୁକ୍ରବାର ଦିନ ବରଗଡ଼ ଶକ୍ତି ନଗର ୟୁଥ୍ ଆସୋସିଏସନ୍ ପକ୍ଷରୁ ଶ୍ରୀରାମ ନବମୀ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଅଛି ।
ଆଜିର ଏହି ଭବ୍ୟ ଭକ୍ତିପୂର୍ଣ୍ଣ କାର୍ଯକ୍ରମରେ ଭକ୍ତ ବିଭୂତି ଭୂଷଣ ଦାଶ ସପତ୍ନୀକ କର୍ତ୍ତା ଭାବେ ପୂଜାକାର୍ଯ୍ୟ ନିର୍ବାହ କରିଥିଲେ ।
ଉଃ ପ ନ୍ମ୪ଏହି କାର୍ଯ୍ୟକ୍ରମରେ ପ୍ରଭୁ ଶ୍ରୀରାମ ରୂପରେ ଶୁଭ୍ରାଂଶୁ ରଥ,ଲକ୍ଷ୍ମଣ ରୂପରେ ସୁଧାଂଶୁ ରଥ ଓ ମାତା ସୀତା ରୂପରେ ଆରାଧ୍ୟା ଶର୍ମା ଅବତ୍ତୀଣ୍ଣ ହୋଇ ନୁନିଆଁ ଜାମପାଲି ସଂକୀତ୍ତନ୍ୟ ଦଳ ସହ ନଗର ପରିକ୍ରମା କରିଥିଲେ ।
ଏଥିରେ ଶକ୍ତି ନଗର ୟୁଥ୍ ଆସୋସିଏସନ୍ ର ସମସ୍ତ ସଦସ୍ୟ ଓ ଅଭିପସା ମହିଳା ସମିତିର ସମସ୍ତ ସଦସ୍ୟା ଯୋଗଦେଇ ସହଯୋଗ କରିଥିଲେ ।
କାଉନସିଲର ସୁନନ୍ଦା ପଣ୍ଡା, ସଭାପତି ମାନସ ରଞ୍ଜନ ଚାନ୍ଦ, ଉପଦେଷ୍ଟା ବିଶିଷ୍ଟ ସମାଜସେବୀ ସତ୍ୟ ନାରାୟଣ ପଣ୍ଡା, ବରିଷ୍ଠ ଆଇନଜୀବୀ ଭୀଷ୍ମଦେବ ସରାଫ ଆଦି ଶ୍ରୀରାମ ନବମୀ ଓ ଆଜିର କାର୍ଯ୍ୟକ୍ରମ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ଆଗାମୀ ବର୍ଷ ମାନଂକରେ ଆହୁରି ଭବ୍ଯ ସମାରୋହ କରିବା ପାଇଁ ସମସ୍ତଂକର ସହଯୋଗ କାମନା କରିଥିଲେ ।
ଶେଷରେ ସଂପାଦକ ତୁଳସୀ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
