ଗୁଆଳିପୁର ଗ୍ରାମ ହଂସୁଆ ପୋଲ ପାଖରେ ନିର୍ମିତ ନଳକୂପ ଉପରେ ବାଲି ମାଫିଆ ଙ୍କ ରାଜ।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୁଆଳିପୁର ଗ୍ରାମ ହଂସୁଆ ପୋଲ ପାଖ ରାସ୍ତା ଟି ଗ୍ରାମ ଉନ୍ନୟନ ବିଭାଗ ବର୍ତ୍ତୀ ପଳାଶୋଳ ରାସ୍ତା ହୋଇଥିବା ବେଳେ ହାଇୱା ଦ୍ଵାରା ପ୍ରତିଦିନ ରାତିରେ ବାଲି ଆସି ରାସ୍ତାର ଦୁଇପାର୍ଶ୍ବରେ ଗଦା ହୋଇ ବିକ୍ରୟ କରାଯାଉଛି। ଏ ଚୋରି ଘଟଣା ଓ ରାସ୍ତା ପାର୍ଶ୍ବରେ ସର୍ବଦା ବାଲି ଗଦା ହୋଇ ରହୁଥିବା ବେଳେ କାହାର କିଛି ନଜରରେ ନ ପଡ଼ିବା ଘଟଣା ଉପରେ ସନ୍ଦେହ ପ୍ରକାଶ ପାଉଛି। ଏହି ରାସ୍ତା ଦେଇ ଗୁଆଳିପୁର ଗ୍ରାମକୁ ବାଟ ଥିବା ବେଳେ ଏହି ବାଟରେ ଏକ ଆଦିବାସୀ ବସ୍ତି ବି ରହିଛି। ପଥଚାରୀଙ୍କ ସୁବିଧା ଓ ଏହି ହଂସୁଆ ପଠାରେ ଗୋପାଳ ଭାଇ ମାନଙ୍କ ମଇଁଷି ଙ୍କ ଗୋଠ ଥିବାରୁ ଏଠାରେ ଏକ ନୂଆ ନଳକୂପ ନିର୍ମାଣ କରାଯାଇଥିଲା କିନ୍ତୁ ଏହି ନଳକୂପ ଟି ଲୋକ ମାନଙ୍କ କାମରେ ନ ଲାଗି ବାଲି ମାଫିଆ ଙ୍କ ଆଶ୍ରୟ ସ୍ଥଳ ପାଲଟି ଯାଇଛି। ଏହି ରାସ୍ତା ଦେଇ ବହୁ ସରକାରୀ ଅଧିକାରୀ ମାନେ ଯାତାୟତ କରୁଥିବା ବେଳେ ନଳକୂପ ଉପରେ ବାଲି କିଏ ସବୁଦିନ ଗଦାକଲେ ବି କାହା ନଜରରେ ଆସୁନି କିପରି ସେ ନେଇ ଜନସାଧାରଣଙ୍କ ସନ୍ଦେହ ପ୍ରକାଶ ପାଉଛି। ଏ ସମ୍ପର୍କରେ ଆମ ପ୍ରତିନିଧି କିଛି ଗୋପାଳ ଭାଇଙ୍କୁ ପଚାରିବାରେ ସେ କାହାର ନାମ ନକହି କହିଥିଲେ ଯେ ଚୋରା ବାଲି ବିକ୍ରୟ ଏଠାରେ ସବୁଦିନ କରାଯାଉଛି, ରାତି ଦଶଟା ବାଜିଗଲେ ଏହି ରାସ୍ତା ଦେଇ ଦଶ ବାର ସଂଖ୍ୟକ ହାଇୱା ସବୁଦିନ ଯାତାୟତ କରୁଛି। ଏହି ଚୋରା ଚାଲାଣ ବାଲି ଉପରେ ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବି ତହସିଲ୍ କର୍ତ୍ତୁପକ୍ଷ ଓ ଥାନା କର୍ତ୍ତୁପକ୍ଷ ଙ୍କ ମାସିକିଆ ବଟି ଆଦାୟ ହେତୁ ବାଲି ମାଫିଆ ଙ୍କ ପାଇଁ ଭୂସ୍ୱର୍ଗ ପାଲଟି ଯାଇଛି । ଏ ସମ୍ପର୍କରେ ତହସିଲଦାର ଙ୍କ ସହିତ ଯୋଗାଯୋଗ ହୋଇ ପାରି ନଥିଲେ ବି ବାଲି ମାଫିଆ ଙ୍କ ବିରୁଦ୍ଧରେ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ସେ ନେଇ ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ହେଉଛି। ଏହି ନାମୀଦାମୀ ବାଲି ମାଫିଆ ମହିଳା ଜଣ ଙ୍କ ରାତିରେ ହାଇୱା ଦ୍ଵରା ବିଭିନ୍ନ ସ୍ଥାନରେ ବାଲି ଗଦା କରି ବିକ୍ରୟ କରିବା, ରାତିରେ ଜେସିପି ଦ୍ଵାରା ସରକାରୀ ସ୍ଥାନରୁ ମାଟି ଖୋଳି ବିକ୍ରୟ କରିବା ଓ ଏନ ଆର ଜି ଏସ୍ କାମ କୁ ଜେସିପି ଦ୍ଵାରା ଉଠାଇ ପୋଖରୀ ଖୋଳିବା ରେ ମାହିର ଥିବା ମହିଳା ଜଣକ ଉପରେ କେବେ ଲଗାମ ଲାଗିବ ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ଆଲୋଚନା ହେଉଛି। ଲମ୍ବା ହାତ ଥିବା ଏହି ମହିଳା ଜଣଙ୍କ ପ୍ରଚ୍ଛଦ ପଟରେ କେଉଁ ରାଜନେତା ସବୁ ଅଛନ୍ତି ଓ କାହାକୁ ହାତ କରି ତାଙ୍କ ପକେଟ ଗରମ କରୁଥିବାରୁ ସମସ୍ତେ ଜାଣି ନ ଜାଣିଲା ପରି ଭିଡି ମୋଡି ହେଉଛନ୍ତି ସେ ନେଇ କଥା ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଯିବ ବୋଲି ବାହାରେ ଆଲୋଚନା ହେଉଛି।
