ବିଭିର୍ନ୍ନ ସମସ୍ୟାର ସମାଧାନ ଦାବି ନେଇ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
କାମାକ୍ଷାନଗର, କାମାକ୍ଷାନଗର ଅଞ୍ଚଳରେ ବିଭିର୍ନ୍ନ ସମସ୍ୟା ନେଇ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ତାହାର ସମାଧାନ ସକାଶେ ଦାବି ଗୁଡିକର ଉପସ୍ଥାପିତ କରାଯାଇଛି l କାମାକ୍ଷାନଗର ଅଞ୍ଚଳର ସାରୁଆଳି ଜଙ୍ଗଲରେ ନାବାଳିକା ହତ୍ୟାକାଣ୍ଡ ରେ ଅଭିଯୁକ୍ତ ମାନଙ୍କୁ ପୋକ୍ସୋ ଆଇନ ଲଗାଯାଇ ଏଥିରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ, ମୃତ ନାବାଳିକାର ପରିବାର ବର୍ଗଙ୍କୁ ଦଶ ଲକ୍ଷ୍ୟ ସହାୟତା ପ୍ରଦାନ, ଶବ ବ୍ୟବଛେଦ ରିପୋର୍ଟ କୁ ସାର୍ବଜନୀନ କରାଯିବା,ଖରିଫ ଋତୁ ର ଧାନ ବିଜି ନପାରି ବହୁ ଗରିବ ଶ୍ରେଣୀର ଚାଷୀ ଦୀର୍ଘ ୪ ମାସ ଧରି ଧାନ ବସ୍ତା ରଖି ବସି ରହିବାର ଦର୍ଶାଇ ସରକାରଙ୍କ ପକ୍ଷରୁ ଏଥିପ୍ରତି ବିଚାର କରିବା,ଗ୍ରୀଷ୍ମ ଋତୁରେ ରେଙ୍ଗାଳି ଜଳ ସେଚନ ବିଭାଗ ପକ୍ଷରୁ ପରିବା ଫସଲ କରିବା ସକାଶେ ଆବଶ୍ୟକ ଜଳସେଚନ ର ସୁ ବ୍ୟବସ୍ଥା କରିବା, ଆସନ୍ତା ଖରିଫ ଋତୁ ପୂର୍ବରୁ ଆବଶ୍ୟକୀୟ ସାର ମହଜୁଦ କରିବା,ଆସନ୍ନ ଗ୍ରୀଷ୍ମ ଋତୁରେ ପାନୀୟ ଜଳ ର ଘୋର ଅବ୍ୟବସ୍ଥା ରହିଥିବା ଦର୍ଶାଇ ସେଥିପ୍ରତି ଗୁରିତ୍ୱ ଦିଆଯାଇ ପାନୀୟ ଜଳ ର ସୁବନ୍ଦୋବସ୍ତ କରିବା,କାମାକ୍ଷାନଗର ଡାକ୍ତରଖାନା ସହିତ ବିଭିର୍ନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଆବଶ୍ୟକୀୟ ଡାକ୍ତର ନଥିବାରୁ ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ନକଲି ଡାକ୍ତରଙ୍କ ଦୌରାତ୍ମ୍ୟ ଆରମ୍ଭ ହୋଇଥିବା ବେଳେ ଏ ସଂକ୍ରାନ୍ତରେ ଗଣମାଧ୍ୟମ ରେ ପ୍ରକାଶିତ ହୋଇଥିବା ଦର୍ଶାଇ ପ୍ରତ୍ୟେକ ସ୍ଥାନରେ ଆବଶ୍ୟକୀୟ ଡାକ୍ତର ନିଯୁକ୍ତ କରାଯାଇ ନକଲି ଡାକ୍ତରଙ୍କୁ ଗିରଫ ଦାବି ସକାଶେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି l ଏହି ସାମ୍ବାଦିକ ସମ୍ମିଳନୀରେ ଭାରପ୍ରାପ୍ତ ଜିଲା ସଭାପତି ବିନୟ କୁମାର ସାହୁ,କାମାକ୍ଷାନଗର ବ୍ଲକ ସଭାପତି ବିପ୍ର ଚରଣ ସାହୁ, ନଗର ସଭାପତି କାମାକ୍ଷା ପ୍ରସାଦ ପଣ୍ଡାଙ୍କ ସହିତ ନେତୃବର୍ଗ ଉପସ୍ଥିତ ଥିଲେ l
