ଚାନ୍ଦପୁର ଗ୍ରାମ ବିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ ବଖରା ଘର ଭସ୍ମୀଭୂତ।
ରଘୁନାଥପୁର(ନି.ପ୍ର): ରଘୁନାଥପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଗ୍ରାମ ବିଲ ସାହିରେ କବି ସୂର୍ଯ୍ୟ ସ୍ଵାଇଁ ଓ ଅଭୟ କୁମାର ସ୍ଵାଇଁ ଙ୍କ ଛଣ ଛପର ଘରେ କୌଣସି କାରଣ ବଶତଃ ଦିନ ୨ ଟl ରେ ହଠାତ୍ ନିଆଁ ଲlଗି ୩ ବଖରା ଘର ସମ୍ପୁର୍ଣ୍ଣ ଜଳି, ପୋଡ଼ି ପାଉଁଶ ହୋଇ ଯାଇଛି । ଏ ଖବର ପାଇ ରଘୁନାଥପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ବି ଚାଳ ଘର ଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ଅଗ୍ନିକାଣ୍ଡ ରେ କୋଣସି ପଶୁ ଜନ୍ତୁ, ଜୀବନ ହାନି ହୋଇନାହିଁ କି ଶାଇ ପଡ଼ୋଶୀଙ୍କ କିଛି କ୍ଷତି ଘଟିନାହିଁ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ବିଲସାହି ଗ୍ରାମ ରେ ଦଶ, କୋଡ଼ିଏ ପରିବାର ରହୁଥିଲେ ବି ଢଳେଇ ରାସ୍ତା ନିର୍ମାଣ ହୋଇ ପାରିନାହିଁ ଯାହା ଫଳରେ ବର୍ଷା ଦିନେ ଜନ ସାଧାରଣ ନାହିଁ ନ ଥିବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏପରିକି ଏହି ଗାଁ ପାର୍ଶ୍ଵ ଚାନ୍ଦପୁର ଗ୍ରାମ ଦେଇ ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ରେଲୱେ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ର ବିରାଟ କାୟ ରାସ୍ତା ଥିଲେ ବି କୁଆମଙ୍ଗା ପର୍ଯ୍ୟନ୍ତ ଯାଉଥିବା ତାଳଦଣ୍ଡା କେନାଲ ଉପରେ ଗୋଟିଏ ବଡ ପୋଲ ହୋଇ ପାରି ନଥିବାରୁ ଏବାଟେ ଅଗ୍ନିଶମ ବାହିନୀ ବଡ ଭ୍ଯାନ ବା ଆମ୍ବୁଲାନ୍ସ ଗୋଟିଏ ଯିବା ସମ୍ଭବ ପର ହେଉନାହିଁ । ରଘୁନାଥପୁର ଥାନା ପାର୍ଶ୍ଵ ରାସ୍ତାରେ ଅଗ୍ନିଶମ ଗାଡି, ବିଲ଼କୁ ଯାଉଥିବା ଟ୍ରାକଟର ଯାତାୟତ କରୁଥିଲେ ବି ଗୋଟିଏ ଢଳେଇ ରାସ୍ତା ନିର୍ମାଣ ହୋଇପାରିନି। ଏହି ଅଗ୍ନିକାଣ୍ଡରେ ଶାଇ ପଡୋଶୀ ମାନେ ନିଆଁ ଲିଭାଇ ବାରେ ସହଯୋଗ କରିଥିଲେ l ଉକ୍ତ ଘରେ ଥିବା ସମସ୍ତ ଆସବାବ ପତ୍ର ସମେତ ୩ ବଖରା ଘର ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇ ଯାଇଛି l ଏହି ବିଲସାହି ଗ୍ରାମକୁ ଏକ ଢଳେଇ ରାସ୍ତା ଓ ନାଳ ଉପରେ ବଡ଼ ପୋଲ ନିର୍ମାଣ ପାଇଁ ଅଞ୍ଚଳ ବାଦୀଙ୍କ ପକ୍ଷରୁ ଦାବି ହୋଇଛି।
