ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିଭାଗର ପଞ୍ଚାୟତସ୍ତରୀୟ ଏକ ଦିବସିୟ ସଚେତନତା କାର୍ଯ୍ୟକ୍ରମ।
ରଙ୍ଗେଈଲୁଣ୍ଡା -ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ପଞ୍ଚାୟତରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିଭାଗ ତରଫରୁ “ପଞ୍ଚାୟତ ସ୍ତରୀୟ ଏକ ଦିବସୀୟ ସଚେତନତା” କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ବିଭାଗର ମନ୍ତ୍ରୀ ମାନନୀୟ ଶ୍ରୀ ବିଭୁତି ଭୂଷଣ ଜେନା ମୋହଦୟଙ୍କ ରଙ୍ଗେଇଲୁଣ୍ଡା ବ୍ଲକ ପ୍ରତିନିଧି ଶ୍ରୀଯୁକ୍ତ ବ୍ରଜ ମୋହନ ନାୟକ ଏବଂ ଶିକ୍ଷା ବିଭାଗର ପ୍ରତିନିଧି ଶ୍ରୀ ଗଙ୍ଗାଧର ଶତପଥୀ ନିଜର ଅଭିଭାଷଣ ରଖିଥିଲେ l ଅତିଥି ଭାବେ ପଦ୍ମପୁର ପଞ୍ଚାୟତର ସରପଞ୍ଚ ମୋହଦୟା ଶ୍ରୀମତୀ ଶର୍ମିଷ୍ଠା ବେହେରା ଓ ସମିତି ସଭ୍ଯା ଶ୍ରୀମତୀ ପୁଷ୍ପାରାଣୀ ଜେନା ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ l ଏହି ସଚେତନତା କାର୍ଯ୍ୟକ୍ରମରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିଭାଗ ତରଫରୁ ଆଇପିଓ ଶ୍ରୀ ଜ୍ୟୋତି ରଞ୍ଜନ ବେହେରା, ମତ୍ସ୍ୟ ସମ୍ପଦ ବିଭାଗ ତରଫରୁ ଏ ଏଫ ଓ ମୋନାଲିସା ମିଶ୍ର, ପଶୁ ସମ୍ପଦ ବିଭାଗ ତରଫରୁ ଭିଏସ ଲିପି ଲେଖା ସ୍ୱାଇଁ, ଉପସ୍ଥିତ ରହି ସଭାରେ ଉପସ୍ଥିତ ଥିବା ପଦ୍ମପୁର ଗ୍ରାମବାସୀଙ୍କୁ ନିଜ ନିଜ ବିଭାଗର ଯୋଜନା ଏବଂ ସରକାରଙ୍କ ପ୍ରୋସାହନ ରାଶି ବିଷୟରେ ସମସ୍ତଙ୍କୁ ଅବଗତ କରାଇଲେ l
