ବସ୍ ଧକ୍କାରେ ଯୁବକ ଗୁରୁତର
ବେଲଗୁଣ୍ଠା, ୨୫/୦୩-(ଶିବରାମ ଚୌଧୁରୀ )-,ଆଜି ବୁଧବାର ଅପରାହ୍ଣ ପାଞ୍ଚ ଘଣ୍ଟା ସମୟରେ ଭଞ୍ଜନଗରରୁ ବ୍ରହ୍ମପୁର ଯାଉଥିବା କାଳେଶ୍ୱର ନାମକ ଘରୋଇ ବସ୍ ଜଣେ ଯୁବକକୁ ଧକ୍କା ଦେବା ପରେ ଯୁବକଙ୍କ ହାତ ଏବଂ ଗୋଡରେ ଗଭୀର ଆଘାତ ଲାଗିଛି I ଯୁବକ ଜଣଙ୍କ ବର୍ତ୍ତମାନ ବ୍ରହ୍ମପୁର ମେଡିକାଲ୍ କୁ ରେଫର କରାଯାଇ ଥିବା ବେଳେ ଗାଙ୍ଗପୁର ପୋଲିସ୍ ବସ୍ ଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି I ଖବର ନେବାରେ ଜଣା ପଡ଼ିଛି ଆଜି ସନ୍ଧ୍ୟାରେ ଭଞ୍ଜନଗରରୁ ବ୍ରହ୍ମପୁର ଯାଉଥିବା କାଳେଶ୍ୱର ନାମକ ଘରୋଇ ବସ୍ କ୍ଷତ୍ରିୟବରପୁର ହାଇସ୍କୁଲ୍ ଛକରେ ରହିବା ପରେ ସେଥିରୁ ନିକଟସ୍ଥ ବଡ଼ ଦୋଡ଼ଙ୍ଗା ଗ୍ରାମର ନାରାୟଣ ନାଇକଙ୍କ ପୁଅ ତୋଫାନ ନାଇକ (୨୨) ଓହ୍ଲାଇଥିଲେ I ବସ୍ ରୁ ଓହ୍ଲାଇ ତୋଫାନ ରାସ୍ତା ପାର ହେଉଥିବା ବେଳେ ଗାଡ଼ିଟି ହଠାତ୍ ଚାଲି ଯାଇଥିଲା I ଯାହା ଫଳରେ ତୋଫାନ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କ ବାମ ହାତ ଓ ଗୋଡ଼ ଉପରେ ଗାଡ଼ିଟି ପଳାଇଥିଲା I ଫଳରେ ତୋଫାନ ଗୁରୁତର ଆହତ ହୋଇଥିଲେ I ତାଙ୍କୁ ସ୍ଥାନୀୟ ଲୋକେ ଗୋବରା ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲେ I କିନ୍ତୁ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତୋଫାନକୁ ୧୦୮ ଆମ୍ବୁଲାନ୍ସ୍ ଯୋଗେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି I ଖବର ପାଇ ଗାଙ୍ଗପୁର ଥାନା ଏସ୍ଆଇ ଅଜୟ ମଲ୍ଲିକ ଦୁର୍ଘଟଣା ଘଟାଇଥିବା ଗାଡିଟିକୁ ଜବତ କରି ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛନ୍ତି I
ଫଟୋ
