ଧରଣୀଧର ବିଶ୍ଵବିଦ୍ୟାଳୟ ଜାତୀୟ ସେବା ଯୋଜନା ଛାତ୍ରଛାତ୍ରୀଙ୍କ ସମ୍ବର୍ଦ୍ଧନା ସଭା
କେନ୍ଦୁଝର, ଧରଣୀଧର ବିଶ୍ୱବିଦ୍ୟାଳୟ ପରିସରରେ ଇ-ଲାଇବ୍ରେରୀ ଠାରେ ତା: ୨୩.୦୩.୨୦୨୬ ଦିନ ଜାତୀୟ ସେବା ଯୋଜନା (NSS) ପକ୍ଷରୁ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଦିନେଶ କୁମାର ମହାରଣା ଅତିଥି ମାନଙ୍କୁ ସ୍ଵାଗତ ଏବଂ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ର ଅଧ୍ୟକ୍ଷ ଡ଼ ପ୍ରଭୁପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସେ ତାଙ୍କ ଉଦବୋଧନ ରେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ କୁ ଗୁରୁତ୍ଵ ଦେଇ ଥିଲେ । ଏହି ଅବସରରେ ଭକ୍ତ ବତ୍ସଳ ମହାନ୍ତି ସଭାପତି ଓଡ଼ିଶା ଗାନ୍ଧୀ ବିଚାର ପରିଷଦ ତଥା କେନ୍ଦୁଝର ବିକାଶ ଟ୍ରଷ୍ଟର ସମ୍ପାଦକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଲେ ଜାତୀୟ ସେବା ଯୋଜନା ମହାତ୍ମା ଗାନ୍ଧୀଙ୍କର ସ୍ବପ୍ନ ଥିଲା ତାଙ୍କର ଜନ୍ମ ଶତବାର୍ଷିକ ଅବସର ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ଥିଲା । ଲୋକଙ୍କ ସେବା କରିବା ଓ ସମାଜ ମଙ୍ଗଳ କରିବା ପାଇଁ ଚବିଶ ପ୍ରହର ସଜାଗ ରହିବାକୁ ଯୁବ ସ୍ଵେଚ୍ଛାସେବୀ ମାନଙ୍କୁ ଆହ୍ବାନ କରିଥିଲେ । ତୃତୀୟ ବର୍ଷର ଜାତୀୟ ସେବା ଯୋଜନାର ଛାତ୍ରଛାତ୍ରୀ ମାନେ ନିଜର ପ୍ରେରଣାଦାୟକ ଅନୁଭବକୁ ବାଣ୍ଟି ଥିଲେ । ସମସ୍ତ ବିଦାୟୀ ଯୁବ ସ୍ଵେଚ୍ଛାସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇ ଥିଲା । ପରିଶେଷରେ ଉପସ୍ଥିତ ଛାତ୍ରଛାତ୍ରୀ ମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି ଥିଲେ ।
