ବର୍ଦ୍ଧିତ ଭତ୍ତା ଟଙ୍କା ଅପେକ୍ଷାରେ ଜଗବନ୍ଧୁ…
ତା-୨୫/୦୩/୨୬
ଦଶରଥପୁର
ରିପୋର୍ଟର-ମାନସ କୁମାର ସାହୁ
ମୋତେ ୮୫ ବର୍ଷ ବୟସ ହେଲାଣି. ଆମ ପଞ୍ଚାୟତରେ ମୋ ଠାରୁ ସାନ ମାନେ ୩ହଜାର ୫୦୦ ଟଙ୍କା ଭତ୍ତା ପାଉଛନ୍ତି. କିନ୍ତୁ ମୋତେ ଏବେ ୧ହଜାର ଟଙ୍କା ମିଳୁଛି. ମୋତେ କଣ ୩୫୦୦ ଟଙ୍କା ଭତ୍ତା ମିଳିବା ବୟସ ହୋଇ ନାହିଁ. ମାସକୁ ମୋର ଔଷଧ ବାବଦରେ ଖର୍ଚ୍ଚ ୫୦୦ରୁ ଉର୍ଦ୍ଧ୍ଵ ହେଉଛି. ମହରଗ ଦୁନିଆରେ ଚ଼ଳିବା ମୋ ପାଇଁ କଷ୍ଟକର ହେଉଅଛି. ଏହିପରି ନିଜର ଦୁଃଖ କଥା ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ବିରିପଟା ପଞ୍ଚାୟତର ବରେଇଁ ଗ୍ରାମର ଜଗବନ୍ଧୁ ଯେନା ଜଣାଇଛନ୍ତି. ବୟସାଧିକ୍ୟ ଯୋଗୁଁ ଠିକ୍ରେ ଚାଲି ପାରୁ ନାହାନ୍ତି. ଅଟୋ ଯୋଗେ ବାରମ୍ବାର ବ୍ଲକ୍ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ଦୁଃଖ କେହି ଶୁଣୁ ନାହାନ୍ତି. ପଞ୍ଚାୟତ ରେ ତାଙ୍କ ଠାରୁ ବୟସରେ ସାନ ଲୋକମାନେ ବର୍ଦ୍ଧିତ ଭତ୍ତା ପାଉଥିବା ବେଳେ ସେ ଏଥିରୁ ବଞ୍ଚିତ. ଭତ୍ତା ଦାୟିତ୍ଵରେ ଥିବା ଅଧିକାରିଣୀଙ୍କୁ ଭତ୍ତା ସମ୍ପର୍କରେ ପଚ଼ାରିଲେ ସେ କହୁଛନ୍ତି ଉପରୁ ଅର୍ଡର ଆସିଲେ ଆମ୍ଭେ ଦେବୁ. ଜଗବନ୍ଧୁ ବର୍ଦ୍ଧିତ ଭତ୍ତା ପାଇବା ନିମନ୍ତେ ପଞ୍ଚାୟତ ରୁ ବ୍ଳକ୍ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଥିବା ବେଳେ ବ୍ଲକ୍ କର୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରୁନଥିବା ସେ ଅଭିଯୋଗ କରିଛନ୍ତି. ରାଜ୍ୟ ସରକାର ୮୦ ବର୍ଷରୁ ଉର୍ଦ୍ଧ୍ବ ବୃଦ୍ଧ ବୃଦ୍ଧାଙ୍କୁ ୩୫୦୦ ଟଙ୍କା ଭତ୍ତା ଦେବା ନିମନ୍ତେ ଘୋଷଣା କରିଥିବା ବେଳେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ରେ ଶତାଧିକ ବୟସ୍କ ବ୍ୟକ୍ତି ଏହି ଭତ୍ତା ପାଇବା ନିମନ୍ତେ ଅପେକ୍ଷା କରିଥିବା ବେଳେ କେବେ ସେମାନଙ୍କୁ ବର୍ଦ୍ଧିତ ଭତ୍ତା ମିଳିବ ତାର ଠିକ୍ ଠିକଣା ନାହିଁ. ବୟସ୍କ ହିତାଧିକାରୀମାନେ ବ୍ଲକ୍ କୁ ଧାଉଁଥିବା ବେଳେ କର୍ତ୍ତୃପକ୍ଷ ଉତ୍ତର ରେ ସରକାର ଦେଲେ ସେମାନେ ଭତ୍ତା ଯୋଗାଇ ଦେବେ ବୋଲି ପ୍ରତିଶୃତି ଦେଉଛନ୍ତି. ବର୍ଦ୍ଧିତ ଭତ୍ତା ପାଇବା ନିମନ୍ତେ କିଭଳି ଭାବେ ବୃଦ୍ଧା ବୃଦ୍ଧ ହନ୍ତସନ୍ତ ହେଉଛନ୍ତି ତାହା ଜଗବନ୍ଧୁଙ୍କ ଭଳି ଭତ୍ତା ହିତାଧିକାରୀଙ୍କ ଘଟଣା ରୁ ହିଁ ସ୍ପଷ୍ଟ କରୁଛି. ଏ ସମ୍ପର୍କରେ ବିଡ଼ିଓ ଙ୍କୁ ପଚ଼ାରିଲେ ସେ କହିଛନ୍ତି ସରକାରଙ୍କ ପକ୍ଷରୁ ସେମାନଙ୍କ ନାମ ମଞ୍ଜୁର ହେଲେ ବର୍ଦ୍ଧିତ ଭତ୍ତା ଯୋଗାଇ ଦିଆଯିବ.
