*ଖଡିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ବ୍ରହ୍ମପୁତ୍ର ଛାତ୍ରାବାସରେ ବାର୍ଷିକ ଉତ୍ସବ ଅନୁଷ୍ଠିତ l*
ନୂଆପଡା(ମିଖାଏଲ ନନ୍ଦ)
ତା:୨୩.୦୩.
ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ବ୍ରହ୍ମପୁତ୍ର ଛାତ୍ରାବାସର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼.ଫଣିନ୍ଦମ ସିଂହ ଦେଓ, ମୁଖ୍ୟବକ୍ତା ଭାବରେ ପ୍ରାକ୍ତନ ପ୍ରାଧ୍ୟାପକ ଲୋହିତାକ୍ଷ ଯୋଶୀ, ସମ୍ମାନୀତ ଅତିଥି ଭାବରେ ପ୍ରାକ୍ତନ ଅଧ୍ୟକ୍ଷ ଡ଼.ହରେନ୍ଦ୍ର କୁମାର ପଣ୍ଡା, ଶ୍ରୀଯୁକ୍ତ ବିଶ୍ୱଜିତ ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ l ଉତ୍ସବରେ ଛାତ୍ରାବାସର ମୁଖ୍ୟ ପରିଚାଳକ ଅଧ୍ୟାପକ ଗୁଣବନ୍ତ ସାହୁ ଅତିଥି ଆମନ୍ତ୍ରଣ କରିଥିବାବେଳେ, ବାର୍ଷିକ ବିବରଣୀ ପାଠ କରିଥିଲେ ଛାତ୍ରlବାସର ସାଧାରଣ ସମ୍ପାଦକ ଶ୍ରୀ ପାର୍ଥବ ବାଗ l ଉତ୍ସବରେ ଛାତ୍ରାବାସର ଉଚିତ ଉପଯୋଗ, ଛାତ୍ର ମାନଙ୍କ ସଦଚରିତ୍ର ଗଠନ,ଭବିଷ୍ୟତ ଜୀବନର ନିମନ୍ତେ ବର୍ତ୍ତମାନର ପ୍ରସ୍ତୁତି ତଥା କର୍ମପ୍ରାଣ ହେବା ନିମନ୍ତେ ଅତିଥି ମାନେ ଉଦବୋଧନ ଦେଇଥିଲେ l ଅଧ୍ୟାପକ ଡ଼. ସରୋଜ କୁମାର ପଣ୍ଡା, ଛାତ୍ରୀ ନିବାସ ପରିଚାଳିକା ସନ୍ତୋଷୀ ଶର୍ମା, ଅଧ୍ୟାପକ ଡ଼. ଶୁଭ୍ରାଂଶିଷ ବାରିକ, ଅଧ୍ୟାପକ ହରିହର ବେଶ୍ରା, ଅଧ୍ୟାପକ ଜିତେନ୍ଦ୍ର କାଲସାଏ, ଅଧ୍ୟାପିକା ରାଜଲକ୍ଷ୍ମୀ କରୁଆଁ, ଅଧ୍ୟାପିକା ତନୁଜା ସାହୁ ଯୋଗଦେଇ ଥିଲେ।
