ପ୍ରଥମ ବର୍ଷ ” ଟି – ୨୦ କଳାହାଣ୍ଡି କପ୍ – ୨୦୨୬ ” ଭବାନିପାଟଣାର ଠାରେ ଓଡ଼ିଶା ଏଣ୍ଟରପ୍ରାଇଜସ୍ ଲାଞ୍ଜିଗଡ ରୋଡର ବିଜୟ ।
ଲାଞ୍ଜିଗଡ (ନି ପ୍ର ଭଞଦୂତ ) ( ଈଶ୍ବର ଚନ୍ଦ୍ର ନାୟକ) – ମୋନଷ୍ଟର କ୍ରିକେଟ ଏକାଡେମି, ଭବାନିପାଟଣା ଆନୁକୂଲ୍ୟରେ , ମାଣିକେଶ୍ଵରୀ ୟୁନିଭରସିଟି ଖେଳ ପଡ଼ିଆଠାରେ ” ଟି -୨୦ କଳାହାଣ୍ଡି କପ୍-୨୦୨୬ ” ଫାଇନାଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିବସରେ ଓସିଏ ଉପସଭାପତି ଶ୍ରୀ ଜଗମୋହନ ପଟ୍ଟନାୟକ ଓ ବିଜେଡ଼ି ଯୁବନେତା ଶ୍ରୀ ମନିନ୍ଦର ମହାନ୍ତିଙ୍କ ଦାରା ଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ ହୋଇଥିଲା। ଶ୍ରୀ ଦିନେଶ କୁମାର ମାଝୀ , ଶ୍ରୀ ପଙ୍କଜ ପଟ୍ଟନାୟକ ଓ ଏକାଡେମୀ ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟରେ ଆଠଗୋଟି ଦଳ ଯୋଗ ଦେଇଥିଲେ।
ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳ ଓଡ଼ିଶା ଏଣ୍ଟରପ୍ରାଇଜସ୍ ( ଲାଞ୍ଜିଗଡ ରୋଡ) ଓ ମୋନଷ୍ଟର ଏକାଡେମୀ(ଭବାନିପାଟଣା) ମଧ୍ଯରେ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଶ୍ରୀ ସୁବ୍ରତ ବହିଦାର ( ଏକ୍ସ ରଞ୍ଜି କ୍ରିକେଟର) ସମ୍ମାନୀୟ ଅତିଥି କୁନାଲ ବେହେରା ( ଏଡଭୋକେଟ ) ଓ ଶ୍ରୀ ଲୋକନାଥ ଦାସ ( ଇଞ୍ଜିନିୟର) , ଶ୍ରୀ ଶାନ୍ତ ସିଂହ, ନିହାର ରଞ୍ଜନ ମିଶ୍ର, ଶ୍ରୀ ପ୍ରଦୀପ ଦାସ, ଶ୍ରୀ ଶ୍ରୀଧର ସାହୁ , ଶ୍ରୀ ପ୍ରଶାନ୍ତ ମିଶ୍ର, ଶ୍ରୀ ସଚିନ ଜୈନ ଓ ଅନ୍ଯାନ୍ଯ ସମ୍ମାନୀୟ ବ୍ଯକ୍ତି ଉପସ୍ଥିତ ଥିଲେ । ଫାଇନାଲ ଖେଳଟି ଅତି ଚିତାକର୍ଷକ ହୋଇଥିବା ବେଳେ ଦର୍ଶକ ମଣ୍ଡଳି ଓ କ୍ରିକେଟ ପ୍ରେମୀମାନେ ଖେଳ ଉପଭୋଗ କରିଥିଲେ। ଖେଳର ଧାରାବାହିକ ବିବରଣୀ ବହୁ ସୁନ୍ଦର ଭାବରେ ଦର୍ଶକମାନଙ୍କୁ ଉପସ୍ଥାପନ କରିଥିଲେ ଶ୍ରୀ ଶାଶ୍ଵତ ପଣ୍ଡା । ଖେଳଟିକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ ଅମ୍ପେୟାର ଶ୍ରୀ ବିପ୍ଳବ ସିଂହ, ଶ୍ରୀ ପ୍ରଦୀପ ପ୍ରଧାନ ଓ ଶ୍ରୀ ମନୋଜ ସିଂହ। ମ୍ୟାଚଟିକୁ ସଂପୂର୍ଣ୍ଣ ସଫଳ କରିବା ପାଇଁ ଶ୍ରୀ ହିତେଶ ଜାନୀ, ରଶ୍ମିରଞ୍ଜନ ଶତପଥି , ଆଦର୍ଶ ଜାନୀ ତଥା ଏକାଡେମୀର ସମସ୍ତ ସଭ୍ଯ ବ୍ଯସ୍ତ ଥିଲେ । ଫାଇନାଲ ମ୍ୟାଚଟି, ଓଡ଼ିଶା ଏଣ୍ଟରପ୍ରାଇଜସ୍ (ଲାଞ୍ଜିଗଡ ରୋଡ) ଓ ମୋନଷ୍ଟର ଏକାଡେମୀ(ଭବାନିପାଟଣା) ମଧ୍ଯରେ ଅନୁଷ୍ଠିତ ହୋଇଥିଲା। ୭୪ର ଅଗ୍ରଣୀରେ ଓଡ଼ିଶା ଏଣ୍ଟରପ୍ରାଇଜସ୍ (ଲାଞ୍ଜିଗଡ ରୋଡ) ବିଜୟୀ ହୋଇ ଟ୍ରଫି ଓ ନଗଦ ରାଶୀ ଗ୍ରହଣ କରିଥିଲେ ।ଖେଳଟିକୁ ସଫଳ ରୂପାୟନ କରିବାରେ ପୋଲିସ ପ୍ରଶାସନ, ସିଡିଏମଓ ଭବାନିପାଟଣା , ଅଗ୍ନିଶମ ବିଭାଗ, ଅତିଥି ଓ ଦର୍ଶକ, ମାଣିକେଶ୍ଵରୀ ୟୁନିଭରସିଟି କର୍ମ କର୍ତ୍ତା ସମସ୍ତ କ୍ରିକେଟ ଦଳ ତଥା ଅନ୍ଯ ସମସ୍ତଙ୍କୁ ଶ୍ରୀ ସୂର୍ଯ୍ୟନାରାୟଣ ନାଗ ଧନ୍ୟବାଦ ସହ ସାଧୁବାଦ ଅର୍ପଣ କରିଥିଲେ ।
