ମହା ବାରୁଣୀ ବୁଡ଼ ପାଇଁ ଋଷିକୁଲ୍ୟା ଓ ବଡନଦୀ ଆଜି ଚଳଚଞ୍ଚଳ।
(ରିପୋର୍ଟ:- ରାଜକିଶୋର ସାବତ)
ଆସିକା :- ମହା ବାରୁଣୀ ସ୍ନାନ ପାଇଁ ଋଷିକୁଲ୍ୟା ସଙ୍ଗମ ସ୍ଥଳରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ l ପିତୃ ପୁରୁଷଙ୍କ ପିଣ୍ଡ ଦାନ ସହ ଓ ଅସ୍ଥି ବିସର୍ଜନ l ଆଜି ହେଉଛି ପବିତ୍ର ମହାବାରୁଣୀ ସ୍ନାନ l ଗଞ୍ଜାମ ଜିଲ୍ଲା ଆସିକା ଋଷିକୁଲ୍ୟା ଓ ବଡନଦୀର ଉତ୍ତର ବାଙ୍କ ସଂଗମସ୍ଥଳରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ବୁଡ ପକାଇବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ। ପୁରାଣ ମାନ୍ୟତା ଅନୁସାରେ ଋଷିମାଳ ପର୍ବତରୁ ବାହାରିଥିବା ଋଷିକୂଲ୍ୟା ନଦୀ ଗଙ୍ଗାଠାରୁ ସହସ୍ର ବର୍ଷରେ ବଡ ଓ ପବିତ୍ରହୋଇଥିବାରୁ ଏହି ନଦୀର ସଂଗମ ସ୍ଥଳକୁ ଅତ୍ୟନ୍ତ ପବିତ୍ର ମନାଯାଏଁ l ଲୋକଙ୍କ ବିଶ୍ୱାସ ଅନୁସାରେ ଏହି ସଙ୍ଗମ ସ୍ଥଳରେ ବୁଡ଼ ବୁଡ ପକାଇ ପିତୃପୁରୁଷଙ୍କ ଅସ୍ତି ବିସର୍ଜନ କଲେ ସେମାନଙ୍କ ଆତ୍ମା ସଦଗତି ଲାଭ କରିଥାଏ। ସେଥି ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଆଜି ଋଷିକୁଲ୍ୟା ଓ ବଡନଦୀର ସଙ୍ଗମ ସ୍ଥଳରେ ପହଞ୍ଚି ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଜଳ ତର୍ପଣ କରିବା ସହ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେଇ ଅସ୍ତ୍ରି ବିସର୍ଜନ କରିଥିବା ଦେଖିବାକୁ ମିଳିଛି l ତେବେ ବାରୁଣୀ ସ୍ନାନ ପାଇଁ ଆଜି ଋଷିକୁଲ୍ୟା ନଦୀତଟ ଉତ୍ତର ବାଙ୍କ ସଂଗମ ସ୍ଥଳରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଭିଡ ଜମିଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା l ଶ୍ରଦ୍ଧାଳୁ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଥିଲା l
