ରାମ ନବମୀ ଏବଂ ଇଦ ପର୍ବ ପାଳନ ପାଇଁ ସୋର ଥାନାରେ ଶାନ୍ତି କମିଟି ବୈଠକ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର):ଆଜି ସନ୍ଧ୍ୟାରେ ସୋର ଥାନା ପରିସରରେ ଆସନ୍ତା ରାମ ନବମୀ ଏବଂ ଇଦ ପର୍ବ ପାଳନ ପାଇଁ ଶାନ୍ତି କମିଟି ବୈଠକ ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୋର ଥାନାଧିକାରୀ ମୁକୁନ୍ଦ ମୁରାରୀ ପାତ୍ର, ଟିପିଏନଓଡିଏଲର ଜେଇ ନାଗରାଜଙ୍କ ସମେତ କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ଇଦ ଏବଂ ରାମ ନବମୀକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରାଯିବାକୁ ନେଇ ବିସ୍ତୃତ ଆଲୋଚନା କରିଥିଲେ। ଏସଆଇ ଶୁଶିଲ ମହାନ୍ତ, ସାଧୁସିଂ ଗାଗରାଇ, ପ୍ରଭାକର ସାହୁ,ଏଏସଆଇ ସୁନୀଲ ରାଜ, ମଦନମୋହନ ଜେନା, ରଞ୍ଜନ ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସୋର ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ। ବିଷ୍ଣୁ ମୋହନ ପଣ୍ଡା, ମନିଷ୍ ଗୁପ୍ତା , ମନୋରଞ୍ଜନ ଧଡା, କାହ୍ନୁଚରଣ ବେହେରା , କାଳନ୍ଦୀ ଗୁଇଁ, ଗଜେନ୍ଦ୍ର ପ୍ରସାଦ ରଣା, ପ୍ରହ୍ଲାଦ ସାହୁ, , ସଞ୍ଜିବ ରାଓଳ, ଶେଖ୍ ହାଲିମ, ଶେଖ ରହମାନ, ଜୁଲଫାକୁର ଅଲ୍ଲୀ ପ୍ରମୁଖ ଉପସ୍ଥିତ ରହି ପୋଲିସ ପ୍ରଶାସନ ସହ ଆଲୋଚନା କରିଥିଲେ। ସୋର ସହରରେ ପୂର୍ବରୁ ଲଗା ଯାଇଥିବା ସିସିଟିଭି କୁ କାର୍ଯ୍ୟ କ୍ଷମ କରିବା ସହିତ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ନୂତନ ସିସି ଟିଭି ଲଗାଇବା ପାଇଁ ଉଭୟ ସମ୍ପ୍ରଦାୟ ତରଫରୁ ପୋଲିସ ପ୍ରଶାସନ କୁ ନିବେଦନ କରାଯାଇଥିଲା।
