
ଚନ୍ଦ୍ରଗିରି ବନାଞ୍ଚଳ କାଇଟିମା ଓ ବାରିଆଦରା ଗାଁରେ ୪ ଦିନ ହେଲା ବାଘ ଆତଙ୍କ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ଚନ୍ଦ୍ରଗିରି ବନାଞ୍ଚଳ କାଇଟିମା ଓ ବାରିଆଦରା ଗାଁରେ ୪ ଦିନ ହେଲା ବାଘ ଆତଙ୍କ ଦେଖା ଦେଇଛି l ଗାଁରେ କିଛି ବ୍ୟକ୍ତି ଗାଇ ଚରାଇବାକୁ ଜଙ୍ଗଲକୁ ଯାଇଥିବା ବେଳେ ଗାଁର ରୟା ବେହେରା ଙ୍କ ଗୋଟିଏ ବଦଳକୁ ବାଘ ମାରି ଖାଇ ପାରେ ଗତକାଲି ରାତିରେ ପୁଣିଥରେ ବାଘ ଆସି ମୃତ ବଳଦର ଅବଶିଷ୍ଟାଂଶ ଖାଇ ଯାଇଛି l l ସେପଟେ ବାରିଆଦରା ଗାଁର ମଙ୍ଗୁଳୁ ମଲ୍ଲିକଙ୍କ ଗୋଟିଏ ବଳଦ ଓ ଗୋଟିଏ ଗାଈ ବାଘ ଆକ୍ରମଣରେ ଆହତ ହୋଇଛି l ଖବର ପାଇ ବନ ବିଭାଗ ଟିମ୍ ପହଞ୍ଚି ତଦନ୍ତ କରି ଫେରିଥିବା ବେଳେ ପ୍ରକୃତ ଏହା ବାଘ ନା ଆଉ କଣ ଜନ୍ତୁ ବନ ବିଭାଗ ସ୍ପଷ୍ଟ ହୋଇନାହିଁ। I ଅନ୍ୟପଟେ ମୃତ ବଳଦର କ୍ଷତିପୂରଣ ଯୋଗେ ଦେବାକୁ ଚାଷୀ ଦାବି କରିଛି l
