ଗରମ ରୁ ଆଶ୍ଵସ୍ଥି ଦେଲା କାଳବୈଶାଖୀ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର):: ପ୍ରବଳ ଗରମ ରେ ଶାରା ଓଡ଼ିଶା ସହ ସୋର ସହର ମଧ୍ୟ କଲବଲ ହେଉଥିବା ବେଳେ ସୋମବାର କାଳବୈଶାଖୀ ବର୍ଷା ପବନ ତାତି ରୁ ସାମାନ୍ୟ ଆଶ୍ଵସ୍ତି ଆଣିଛି। ସୋମବାର ରାତି ପ୍ରାୟ ସାଢ଼େ ୯ ଘଟିକା ରୁ ସୋର ତଥା ଏହାର ଆଖପାଖ ଅଞ୍ଚଳରେ କାଳବୈଶାଖୀ ବର୍ଷା ପବନ ସହ ବିଜୁଳି ଘଡ଼ଘଡ଼ି ଦେଖିବାକୁ ମିଳିଥିଲା। ପବନ ର ବେଗ ଘଣ୍ଟାପ୍ରତି ପାଖାପାଖି ୩୦ ରୁ ୪୦ ଥିଲା। କଚା ଘରେ ରହୁଥିବା ଲୋକମାନେ ପାଖ ପଡୋଶୀ ଙ୍କ ପକ୍କା ଘର କୁ ପଲାଇଥିଲେ। କାଳବୈଶାଖୀ ବର୍ଷା ପ୍ରଭାବରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।
