ବାଜି ମାରିଲେ ଦିଲ୍ଲୀପ ! ବିଜେଡ଼ିକୁ ଶକ୍ତ ଝଟକା ! ଅନିଶ୍ଚିତତା ଭିତରେ ଗତି କରୁଛି କଂଗ୍ରେସ !
ରାଜ୍ୟସଭା ନିର୍ବାଚନକୁ ନେଇ ଯାହା କିଛି କଳ୍ପନା ଜଳ୍ପନା ଲାଗି ରହିଥିଲା, ତାହାର ଅନ୍ତ ଘଟିଥିବା ବେଳେ, ଗୋଟିଏ ପଟେ ବିଜେଡି କଂଗ୍ରେସର ଅଘୋଷିତ ମେଣ୍ଟକୁ ଶକ୍ତ ଝଟକା ଲାଗିଥିବା କହିଲେ ଅତ୍ୟୁକ୍ତି ହେବନାହିଁ ତ ଅନ୍ୟପଟେ କିଛି ବିଧାୟକ କ୍ରସ ଭୋଟିଂ କରି ନିଜ ନିଜର ରହିଥିବା ଅସନ୍ତୋଷକୁ ଖୋଲାସା କରିଥିବା କଥାକୁ ଏଡ଼ାଇ ଦିଆଯାଇ ନପାରେ। କଂଗ୍ରେସର ବିଧାୟକ ରମେଶ ଜେନା , ସୋଫିଆ ଫିରଦୋସ ଯାହା ତଥ୍ୟ ରଖନ୍ତୁ ନା କାହିଁକି ନୂଆପଡ଼ା ଉପ ନିର୍ବାଚନରେ ଏ ଦୁଇ ଜଣଙ୍କୁ ଦଳ ଅଣଦେଖା କରିବା ସହ ନିର୍ବାଚନ ପ୍ରଚାରରେ ସାମିଲ ନକରି ଦୂରରେ ରଖିବା କଂଗ୍ରେସ ପାଇଁ ବଡ଼ ମହଙ୍ଗା ପଡ଼ିଥିବା କଥାକୁ ଏଡ଼ାଇ ଦିଆଯାଇ ନପାରେ।ଠିକ ସେହିପରି ବାଲେଶ୍ବର ବିଜେଡ଼ିର ଗୋଷ୍ଠୀ କନ୍ଦଳକୁ ସମାଧାନ ନକରି ବିଜେଡ଼ି ପୂର୍ବତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନାଙ୍କୁ ପ୍ରାୟ ପାଞ୍ଚ ଛଅ ବର୍ଷ ଧରି ଅଣଦେଖା କରିବା, ଦଳର ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳଙ୍କୁ ନିଲମ୍ବିତ କରିବା ବିଜେଡ଼ି ପାଇଁ ଅସନ୍ତୋଷର ଗୋଟିଏ ଗୋଟିଏ ଦାନା ବାନ୍ଧିଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ରାଜ୍ୟସଭା ନିର୍ବାଚନ ରହିଥିବା ବେଳେ, ବିଜେଡ଼ି ନିଜର ଆଭ୍ୟନ୍ତରୀଣ ବ୍ୟାପାରକୁ ନ ସଜାଡି ଅଚାନକ ଭାବେ ବିଧାୟକ ଅରବିନ୍ଦ ମହାପାତ୍ର, ବିଧାୟକ ସନାତନ ମହାକୁଡଙ୍କୁ ଦଳରୁ ନିଲମ୍ବିତ କରିବା ବିଜେଡ଼ି ପାଇଁ ଅସନ୍ତୋଷର ଗୋଟିଏ ଗୋଟିଏ ଦାନା ବାନ୍ଧିଥିଲା ଏ କଥାକୁ ଏଡ଼ାଇ ଦିଆଯାଇ ନପାରେ। ବିଜେଡ଼ି ବହୁ ପୁରୁଖା ବରିଷ୍ଠ ନେତାଙ୍କୁ ବିଗତ ଦିନରେ ଦୂରେଇ ଦେଇଥିବା ନଜିର ରହିଥିବା ବେଳେ, ଏବେ କନିଷ୍ଠ ମାନଙ୍କୁ ନେଇ ବେଶ ଚିନ୍ତିତ ଥିବା ବିଜେଡ଼ି ଆଗକୁ କେଉଁ ପ୍ରକାରର ରଣନୀତି ଆପଣେଇ ସଫଳତା ଗୋଟାଇବ ଏହା ଏବେ ଏକ ବଡ଼ ପ୍ରଶ୍ନବାଚୀ!
