ଉମରକୋଟ 14/03/26 ଗତ 23 ଫେବୃଆରୀ ରେ ଉମରକୋଟ ସହର କୋଚିନିଆମ୍ବା ଠାରେ ରାତି ପ୍ରାୟ ଗୋଟାଏ ବେଳେ ଅମୂଲ୍ୟ ଜେନାଙ୍କ ଘରୁ ସଶସ୍ତ୍ର ଡକାୟତି ର ଦ୍ୱିତୀୟ ଭାଗ ସାମ୍ବାଦିକ ସମ୍ମିଳନୀ କରିଛି ଉମରକୋଟ ପୋଲିସ.କବାଟ ଭାଙ୍ଗି ଘରଭିତରକୁ ପ୍ରବେଶ କରି ପ୍ରାୟ ସତୁରି ଲକ୍ଷ ଟଙ୍କା ନଗଦ ସହିତ ପ୍ରାୟ ତିରିଶ ଲକ୍ଷ ର ସୁନାଗହଣା ଲୁଟ କରି ଚମ୍ପଟ ମାରିଥିଲେ । ପ୍ରାୟ ସାତ ଜଣ ଡକାୟତ ଅମୁଲ୍ୟ ଜେନାଙ୍କୁ ହାତ ଗୋଡ ବାନ୍ଧି ଲୁଟ କରିଥିଲେ | ନବରଙ୍ଗପୁର ଏସପି ଙ୍କ ନିର୍ଦେଶ କ୍ରମେ ପୋଲିସ ର ଏକ ପାଞ୍ଚ ଯୋଣିଆ ଟିମ ଗଠନ କରାଯାଇଥିଲା . ଏହି ଟିମ ଜିଲ୍ଲାର ବିଭିର୍ନ ସ୍ଥାନ ଓ ଜିଲ୍ଲା ବାହାରେ ଯାଇ ଚଢ଼ାଉ କରି ମୁଖା ଧାରୀ ଦୋକାୟତି ମାନଙ୍କୁ ଧରିବାରେ ସଫଳ ହୋଇଥିଲା ପୋଲିସ. ପୋଲିସ ସେମାନଙ୍କ ଠାରୁ ଏକୋଇଶି ଲକ୍ଷ୍ୟ ତେତିଶ ହଜାର ନଗଦ. ଗୋଟିଏ କାର ଗୋଟିଏ ସ୍କୁଟି ଓ କିଛି ସୁନା ଅଳଙ୍କାର ଜବତ କରିଛି. ଓ ଅନ୍ୟ ଦୁଈ ଜଣ ଡକାୟତି ଫେରାର ଥିବା ବେଳେ ଦୁଈ ଅଭିଯୁକ୍ତଙ୍କୁ ଆଜି ଗିରଫ କରଛି ପୋଲିସ ଉଭୟଙ୍କ ପାଖରୁ ତିନି ଲକ୍ଷ ଦୁଈ ହଜାର ଟଙ୍କା ନଗଦ ଜବତ ଓ ଗୋଟିଏ ମୋବଇଲ ଫୋନ୍ ଜବତ କରିଛି. ବାନ୍ଧିଥିବା ଦୁଈ ଡକାୟତ ହେଲେ ଖିରୋଜ ଭକ୍ତ ଓ ଚୈତନ ହରିଜନ ଦୁଈ ଅଭିଯୁକ୍ତ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ଧରନାବେଡା ଗ୍ରାମର .ବର୍ତ୍ତମାନ ସୁଧା ପୋଲିସ ନ ଜଣ ଦୋକା୍ୟାତଙ୍କୁ ଗିରଫ କରିଥିବାବେଳେ ଆଉ କିଛି ଡକାୟତ ମଧ୍ୟ ବାହାରେ ଅଛନ୍ତି. ଯାହାର ଆଦ୍ୟାବିଧି ତଦନ୍ତ ଚାଲିଛି ବୋଲି ପୋଲିସ ସ୍ପଷ୍ଟ କରିଛି.ବହୁ ଶୀଘ୍ର ତଦନ୍ତ ସମାପ୍ତ ହେବ ବୋଲି ପୋଲିସ ଅଧିକାରୀ ମାନେ ଜଣାଇଛନ୍ତି.ଆଜି ର ପ୍ରେସ ମିଟ ରେ ଉପ ଅରକ୍ଷୀ ଅଧିକାରୀ ଆଦିତ୍ୟ ସେନ, ଏସ. ଡ଼ି. ପିଓ ଶୁଭେନ୍ଦୁ ଶବର, ଉମରକୋଟ ଆଇ ଆଇ ସି ବିପିନ କୁମାର ବାଘ ପ୍ରମୁଖ ଉପସ୍ଥିତ ଥିଲେ ଉମରକୋଟ ରୁ ଦିପାଙ୍କର ଦକୁଆ ରିପୋର୍ଟ୍ କୋଣାର୍କ ନିଜ
