ଭୁବନେଶ୍ବର ,ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଅକ୍ସଫୋର୍ଡ ଗୃପ ଅଫ୍ ଇନଷ୍ଟିଚ୍ୟୁସନ ପରିସରରେ ପରସିସ୍ଟିଏଣ୍ଟ ନେଟୱର୍କ୍ସ ପ୍ରା.ଲି. , ଭୁବନେଶ୍ଵର, କମ୍ପାନି ପକ୍ଷରୁ କ୍ୟାମ୍ପସ୍ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଚୟନ ପକ୍ରିୟାରେ କଲେଜର ୪୦ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଥିଲେ।
କମ୍ପାନି ତରଫରୁ ସେମାନଙ୍କୁ ନିଯୁକ୍ତି ପତ୍ର ଓ ପରିଚୟପତ୍ର ଦିଆଯାଇଥିଲା। ଉକ୍ତ କମ୍ପାନି ପକ୍ଷରୁ ଡାଇରେକଟର ପ୍ରୀତମ କୁମାର ଗୁହା ଓ ଲିପିକା ଗୁହା ଏହି କ୍ୟାମ୍ପସ୍ ଚୟନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
କଲେଜ ଚେୟାରମ୍ୟାନ୍ ଡ. ଅନୁମାଧବ ପଣ୍ଡା କ୍ୟାମ୍ପସ୍ରେ ଚୟନ ହୋଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ
ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଆଗକୁ ଅନେକ କମ୍ପାନି କ୍ୟାମ୍ପସ୍ ଚୟନ
ପାଇଁ ଆସିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଚୟନ ପକ୍ରିୟା ରେ ପ୍ରିନସିପାଲ(ବି-ଟେକ୍) ଡ଼ା. କୈଳାଶ ମହାପାତ୍ର ,ପ୍ରିନସିପାଲ (ମ୍ୟାନେଜେମେଣ୍ଟ)ଡ଼ା.ରଂଜିତ ପଣ୍ଡା ଓ ଟ୍ରେନିଂ ଆଣ୍ଡ୍
ପ୍ଲେସ୍ମେଣ୍ଟ୍ ଅଫିସର ପ୍ରଫେସର ସୁପ୍ରଭାତ ଦାଶ ଅଂଶଗ୍ରହଣ କରିଥିଲେ।
