କଳାହାଣ୍ଡି , ନର୍ଲା ସ୍ୱାଭିମାନ ବଞ୍ଚାଅ ସମିତିର ରାସ୍ତାରୋକ ଆନ୍ଦୋଳନ ।
ଲାଞ୍ଜିଗଡ (ଭଞଦୂତ ନି ପ୍ର) ( ଈଶ୍ବର ଚନ୍ଦ୍ର ନାୟକ ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ର ସ୍ୱାଭିମାନ ମଞ୍ଚ ନର୍ଲା ଅନୁକ୍ୟୁଲ୍ୟ ରେ ତା.୧୧.୧୧.୨୦୨୬ ବୁଧବାର ଦିନ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ରାସ୍ତାରୋକ କରାଯାଇଥିଲା। ସ୍ୱାଭିମାନ ମଞ୍ଚର ସମସ୍ତ ସଭ୍ୟ ସଭ୍ୟା ଓ ବୁଦ୍ଧିଜୀବି ମାନେ ଉକ୍ତ ଆନ୍ଦୋଳନ କୁ ସମର୍ଥନ ଜଣାଇଥିଲେ। ପୁରୁଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ନୂତନ ଅତ୍ୟାଧୁନିକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସ୍ଥାପନ ଶବ ବ୍ୟବଛେଦ କେନ୍ଦ୍ର, ରକ୍ତ ଭଣ୍ଡାର ସ୍ଥାପନ ଓ ଡ଼ାୟୋ ଲିସିସ କେନ୍ଦ୍ର ସ୍ଥାପନ ତଥା ସ୍ବାସ୍ଥ୍ୟକେନ୍ଦ୍ର ରେ ଡାକ୍ତର ଓ କର୍ମଚାରୀ ଅଭାବ କୁ ତୁରନ୍ତ ପୂରଣ କରିବା ପାଇଁ ଡାକ୍ତରଖାନା ସମ୍ମୁଖରେ ରାସ୍ତାରୋକ କରାଯାଇଥିଲା। ଫଳରେ ସମସ୍ତ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।
