ଶେରଗଡ଼ ତାଲୁକା ବିଶ୍ୱକର୍ମା ସମାଜ ପକ୍ଷରୁ ସାମ୍ବିଧାନିକ ସମ୍ମିଳନୀ (ରାଜକିଶୋର ସାବତ)
ଶେରଗଡ଼,
ଡାକରଡ଼ା କଲ୍ୟାଣ ମଣ୍ଡପରେ ୩୪ତାଲୁକା ରାଜଶ୍ରୀ ଟ୍ରଷ୍ଟ ଓ ଗଞ୍ଜାମ ଜିଲ୍ଲା ବିଶ୍ୱକର୍ମା ସମାଜ ସଂଗଠନ ଆନୁକୂଲ୍ୟରେ ଶେରଗଡ଼ ତାଲୁକା ରାଜଶ୍ରୀ ଏବଂ ଦଣ୍ଡପାଟ ଅଭିଷେକ ଉତ୍ସବ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା ସଭାରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ସଭାପତି ଅଜୟ କୁମାର ମହାରଣା, ଉପସଭାପତି ଗୌରାଙ୍ଗ ମହାରଣା, ବିଭୂତି ମହାରଣା, ୩୪ ତାଲୁକା ରାଜଶ୍ରୀ ଅଧକ୍ଷ ପ୍ରଫୁଲ୍ଲ ମହାରଣା, ସଭାପତି କୃଷ୍ଣ ମହାରଣା, ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ମହାରଣାଙ୍କ ସମେତ ୨୨ଗୋଟି ତାଲୁକାର ରାଜଶ୍ରୀ, ସଭାପତି, ସମ୍ପାଦକ ମଞ୍ଚରେ ଆସନ ଅଳଙ୍କୃତ କରିଥିଲେ | ସଭଗୃହରେ ଶେରଗଡ଼ ତାଲୁକାର ବହୁ ବିଶ୍ୱ କର୍ମା ଉପସ୍ଥିତ ଥିଲେ। ସଂପାଦକୀୟ ବିବରଣୀ ପାଠ କରାଯାଇଥିଲା | ସମସ୍ତ ଅତିଥୁ ମାନ ଙ୍କୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ସମସ୍ତ ବିଶ୍ଵକର୍ମା ଭାଇ ମାନେ ସନାତନ ଧର୍ମର ତ୍ରିତତ୍ତ୍ଵ ଯଥା ସବୁ, ରଜ, ତମ ଗୁଣ ଧର୍ମର ଭାବନାରେ ଉଦ୍ବୁଦ୍ଧ ହୋଇ ଜୀବନର ସହଜାତ ପ୍ରବୃରି, ଆଧ୍ୟାତ୍ମିକ ଚେତନାର ପ୍ରଭାବିତ ହୋଇ ଧର୍ମ, ଅର୍ଥ କାମ ମୋକ୍ଷ ଚତୁଃ ବର୍ଗ ପ୍ରାପ୍ତିରେ ସଦା ସର୍ବଦା ଧର୍ମ ସହ ଅନୁବନ୍ଧିତ ହେବା ପାଇଁ ନିବେଦନ କରି ସଂଗଠନକୁ ସୁଦୃଢ କରିବା ପାଇଁ ନିବେଦନ କରିଥିଲେ | ଶେର ଗଡ଼ ତାଲୁକାର ପୂର୍ବତନ ଦଣ୍ଡ ପାଟ ସ୍ୱର୍ଗତ ନୀଳକଣ୍ଠ ମହାରଣାଙ୍କ ଦେହାନ୍ତ ପରେ ଦୀର୍ଘ ଦିନ ଧରି ଉକ୍ତ ପଦବୀ ଖାଲି ପଡ଼ିଥିବା ଫଳରେ ସାମାଜିକ କାର୍ଯ୍ୟକ୍ରମରେ ବିଭିନ୍ନ ସମସ୍ୟାର ସମାଧାନରେ ବ୍ୟାଘାତ ସୃଷ୍ଟି ହେଉଛି । ଏହାକୁ ଦୃଷ୍ଟିରେ ରଖ୍ ସାଂଗଠାନିକ ସାମ୍ବିଧାନିକ ନିୟମ ୧୯୫୨ ମସିହାରୁ ପ୍ରଚଳିତ ହୋଇ ଆସୁଥିବା ପରମ୍ପରା ନିୟମ ଅନୁ ସାରେ ଦଣ୍ଡପାଟ୍ ଙ୍କ ଉତ୍ତରାଧୁକାରୀ ଭାବେ ତାଙ୍କ ଜ୍ୟେଷ୍ଠ ପୁତ୍ର ସରୋଜ କୁମାର ମହାରଣାଙ୍କୁ ଉକ୍ତ ପଦବୀରେ ଅଭିଷେକ କରାଯାଇ ପାଟ ବସ୍ତ୍ର ପ୍ରଦାନ କରାଯାଇଥିଲା। ତତ୍ ସହିତ ଶେରଗଡ଼ ତାଲୁକା ରାଜଶ୍ରୀ ଭାବେ ରାମହରି ମହାରଣା, ପରିଚାଳନା ବୋର୍ଡ ସଭାପତି ରବୀନ୍ଦ୍ର ମହାରଣା, ସମ୍ପାଦକ ଦେବୀ ପ୍ରସାଦ ମହାରଣା, କୋଷାଧ୍ୟକ୍ଷ ଜିତେନ୍ଦ୍ର ମହାରଣା, ଉପଦେଷ୍ଟା ଦାଶରଥ୍ ମହାରଣା, ଓ ସଭ୍ୟ ଭାବେ ସୁବାଷ ମହାରଣାଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା I
