
ଗଜପତି ଜିଲ୍ଲା ଓ ଜେ ୟୁ ର କର୍ମକର୍ତା ଚୟନ ହୋଇଯାଇଛି।
ଗଜପତି (ଟିକି ଲିମା)
ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବୃନ୍ଦାବନ ପ୍ୟାଲେସରେ ଅମିତ କୁମାର ପଟ୍ଟନାୟକ ସଭାପତିତ୍ୱ ରେ ଓଡିଶା ସାମ୍ବାଦିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସଂଗଠନ ର ଆଭିମୁଖ୍ୟ ଉପରେ ବିଷୋଦ ଭାବରେ ଆଲୋଚନା କରାଯାଇଥିଲା।ଏହି ବୈଠକରେ ପ୍ରାୟ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଗଜପତି ଜିଲ୍ଲା ଓ ଜେ ୟୁ ସଂଘର କର୍ମକର୍ତା ଚୟନ କରାଯାଇଥିଲା ଯଥା ସଭାପତି ଅମିତ କୁମାର ପଟ୍ଟନାୟକ, ଉପ ସଭାପତି ଅଲିନ ପାଣି, ସମ୍ପାଦକ ସୁରେଶ ଚନ୍ଦ୍ର ନାଗ,ସହ ସମ୍ପାଦକ ଭାସ୍କର ସ୍ୱାଇଁ, କୋଷାଧକ୍ଷ କୈଳାସ ସ୍ୱାଳସିଂ ଓ ଉପଦେଷ୍ଟା ଭାବେ ରାଜେନ୍ଦ୍ର ରଥ ଓ ସଞ୍ଜୟ ଜେନାଙ୍କୁ ସର୍ବ ସମତି କ୍ରମେ ଚୟନ କରାଯାଇଥିଲା। କର୍ମକର୍ତା ଚୟନ ପରେ ସଂଗଠନରେ ସ୍ୱଛତା ଓ ସୁଦୃଡ ଭାବେ ଆଗକୁ ବଢେଇବା ପାଇଁ ସମସ୍ତ ସଦସ୍ୟଙ୍କୁ ସଭାପତି ଅମିତ କୁମାର ପଟ୍ଟନାୟକ କହିଥିଲେ।
