ବିକାଶ ଜ୍ୟୋତି ଫାଉଣ୍ଡେସନ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର
———————————————
କେନ୍ଦୁଝର,ତା -୧୩/୦୩/୨୦୨୬ କେନ୍ଦୁଝର ଜିଲ୍ଲା ର ସକ୍ରିୟ ସ୍ବେଛାସେବୀ ଅନୁଷ୍ଠାନ “ବିକାଶ ଜ୍ୟୋତି ଫାଉଣ୍ଡେସନ” ଓ ସଂଜୀବନୀ ହସ୍ପିଟାଲ ପକ୍ଷରୁ ଜିଲ୍ଲା ର ବିଭିନ୍ନ ଅଂଚଳରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି l
ବିଗତ ଜାନୁଆରୀ ଓ ଫେବୃଆରୀ ଦୁଇ ମାସ ମଧ୍ୟ ରେ ଜିଲ୍ଲା ର ମୋଟ ୨୫ ଟି ପଂଚାୟତ ରେ ୯୩୧ ଜଣ ବରିଷ୍ଠ ନାଗରିକ ମାନଙ୍କର ମାଗଣାରେ ଚକ୍ଷୁ ପରୀକ୍ଷା କରାଯାଇଛି l
ସେଥି ମଧ୍ୟ ରୁ ୧୫୭ ଜଣଙ୍କୁ ସୁଲଭ ମୂଲ୍ୟରେ ସମୀପ ଦୃଷ୍ଟି ଚଷମା ହୋଗୀ ଦିଆଯାଇଛି ଏବଂ
୧୫୯ ଜଣ ମୋତିଆବିନ୍ଦୁ ରୋଗୀ ଚିହ୍ନଟ କରାଯାଇ କେନ୍ଦୁଝର ସହର ର ସଂଜୀବନୀ ହସ୍ପିଟାଲ ରେ ଅସ୍ତ୍ରୋପଚାର କରାଯାଇଛି l
ଆଗାମୀ ଦିନରେ ଜିଲ୍ଲା ର ଆଦିବାସୀ ଓ ଜୁଆଙ୍ଗ ଜନଜାତି ଅଂଚଳରେ ବ୍ୟାପକ ଭାବେ ବିକାଶ ଜ୍ୟୋତି ଫାଉଣ୍ଡେସନ ଓ ସଂଜୀବନୀ ହସ୍ପିଟାଲ ,କେନ୍ଦୁଝର ର ମିଳିତ ସହଯୋଗ ରେ ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି l
