(କଳାହାଣ୍ଡି.ରମେଶ ଅଗ୍ରୱାଲ.) ମାଣିକେଶ୍ବରୀ ଗ୍ରୁପ ଅଫ Institution ର ଦ୍ଵିତୀୟ ବାର୍ଷିକ ଉତ୍ସବ ମହାସମାରୋହରେ ଭବାନିପାଟଣାର ଟାଉନ ହଲରେ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସହିଦ ରେଣ୍ଡୋ ମାଝୀ କଲେଜର ଡିନ ଓ ଅଧ୍ୟକ୍ଷ ପ୍ରଫେସର dr. କ୍ରିଷ୍ଣା କର, ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ତଥା ନାଟ୍ୟକାର dr. ଉମେଶ ଚନ୍ଦ୍ର ଶତପଥି, ସମ୍ମାନିତ ଅତିଥି ଭାବେ ସହିଦ ରେଣ୍ଡୋ ମାଝୀ କଲେଜର superintendent ପ୍ରଫେସର dr. ଲିଟି ମହାନ୍ତି, ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ରବି ପ୍ରକାଶ କାନୁନଗୋ, କବି ତଥା ବରିଷ୍ଠ ସାମ୍ବାଦିକ କାର୍ତ୍ତିକେଶ୍ଵର ନନ୍ଦ ଯୋଗ ଦେଇଥିଲେ । ପରିଚାଳନା କମିଟି ଅଧ୍ୟକ୍ଷା dr. ସ୍ୱାଗତିକା ସ୍ବାଇଁ ବିବରଣୀ ପାଠ କରିଥିଲେ । ସୌମ୍ୟ ରଞ୍ଜନ ସ୍ବାଇଁ, ନୃସିଂହ ଚରଣ ରଥ, ଅଭିଳାଷ ଦାସ, ସୁନୀଲ କୁମାର ସା, ବ୍ରହ୍ମାନନ୍ଦ ପଣ୍ଡା, ଚିତ୍ତରଞ୍ଜନ ଦୋରା, ମାନସ ରଞ୍ଜନ ନାୟକ, ସୁଚିତ୍ରା ରାଣୀ ରଥ, ଝରଣା ରଣା, ରିତିପର୍ଣ୍ଣା ମହାନ୍ତ, ସୁଶ୍ରୀ ପ୍ରିୟଦର୍ଶିନୀ ପଧାନ, ମଣିମାଳା ଦୁର୍ଗା, ଯମୁନା ନାଏକ ପ୍ରମୁଖ ପରିଚାଳନା କରିଥିଲେ । ଅନୁଷ୍ଠାନ ର ଛାତ୍ରଛାତ୍ରୀ ମାନେ ଭିନ୍ନ ଭିନ୍ନ ପ୍ରକାରର ନୃତ୍ୟ ପରିବେଷଣ କରିଥିଲେ ।ଶେଷରେ ବାବୁବହାନ ସୁନାନି ଧନ୍ୟବାଦ ଅର୍ପଣ କରିଥିଲେ।
