ଦୁଇଟି ବସ୍ ଦୁର୍ଘଟଣା, ୧୫ ଆହାତ
ସୋର/ ବାହାନଗା (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖନ୍ତାପଡା ଥାନା ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ୧୫ ଜଣ ଆହାତ ହୋଇ ଖନ୍ତାପଡା ଏବଂ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନାଯୋଗ୍ୟ ଆଜି ମଧ୍ୟାହ୍ନ ରେ ଖଇରା ରୁ ବାଲେଶ୍ଵର ଯାଉଥିବା (ଓଡି୦୨ବିୱଇ୦୧୮୪) ବିଶିଷ୍ଟ ଆର୍ଶୀବାଦ ବସ୍ ର ଚକା ଫାଟି ଯିବାରୁ ରାସ୍ତା ଧୂଆଁ ମୟ ହୋଇଯାଇଥିଲା। ଏହି ସମୟରେ ଭୂବନେଶ୍ୱରରୁ ଟାଟା ଯାଉଥିବା (ଓଡି ୦୫ କିୟୁ ୦୭୬୮) ବିଶିଷ୍ଟ ପାଣି କୋଚ୍ ବସ୍ ଟି ଆର୍ଶୀବାଦ ବସ୍ କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ପାଣି କୋଚ୍ ବସ୍ ର ସମ୍ମଖ ଭାଗ ଏବଂ ଆର୍ଶୀବାଦ ବସ୍ ର ପଛ ପଟ ନଷ୍ଟ ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ, ଖନ୍ତାପଡା ପୋଲିସ ଓ ଏନ୍ ଏଚ୍ ଆଇ କର୍ମଚାରୀ ଙ୍କ ସହ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
