ରେଳ ବିଭାଗ ଓ ଏନ୍ ଏଚ୍ ଆଇ ର ଅବହେଳା ଅଭିଯୋଗ।
ନାଗରିକ ମଞ୍ଚର ଆନ୍ଦୋଳନ ପ୍ରସ୍ତୁତି।
ସୋର ର ସାମାଜିକ ଗଣ ଅନୁଷ୍ଠାନ ସୋର ନାଗରିକ ମଞ୍ଚର ସାଧାରଣ ପରିଷଦ ବୈଠକ ଅବସର କର୍ମଚାରୀ ଭବନରେ ମଞ୍ଚର ସଭାପତି ନେତ୍ରାନନ୍ଦ ରାଉତ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏନ୍ ଏଚ୍ ଆଇ ଅଧିକାରୀ ମାନେ ପ୍ରତିଶ୍ରୁତି ଦେଇଥିବା ସୋର କଲେଜ ଛକ ଓ ଉତ୍ତରେଶ୍ଵର ଗଳା ପୋଲ କୁ ସମ୍ପ୍ରସାରଣ କରାଯିବା କଥା , କିନ୍ତୁ ବର୍ତ୍ତମାନ ସୁଦ୍ଧା ସମ୍ପ୍ରସାରଣ ର ନା ଗନ୍ଧ ଧରୁନାହାନ୍ତି ଏନ୍ ଏଚ୍ ଆଇ ର ଅଧିକାରୀ ମାନେ। ସୋର ବ୍ରିଜ ଗୋପାଳ ର ମନମୁଖୀ କାର୍ଯ୍ୟକ୍ରମ କୁ ବନ୍ଦ କରିବା ପାଇଁ ଜିଲ୍ଲାପାଳ ଅଧ୍ୟକ୍ଷତା ରେ ତ୍ରିସ୍ତରୀୟ ଆଲୋଚନା ହୋଇଥିଲା। କିନ୍ତୁ ବ୍ରିଜ ଗୋପାଳ ବିରୋଧରେ ପଦକ୍ଷେପ ଶୂନ୍ୟ। ଅନ୍ୟପଟେ ସୋର ରେଳ ଷ୍ଟେସନ ବିକାଶ କଚ୍ଛପ ଗତି ରେ ଚାଲୁଥିବା ସହ ଟ୍ରେନ ଗୁଡ଼ିକ ର ଅହେତୁକ ବିଳମ୍ବ ର ସୁଧାର ନ ଆସିଲେ ଜୁନ୍ ଦ୍ଵିତୀୟ ସପ୍ତାହ ରେ ନାଗରିକ ମଞ୍ଚର ଆନ୍ଦୋଳନ କୁ ଉଲ୍ଲାଇବ ବୋଲି ଚେତାବନୀ ଦିଆଯାଇଛି। ସମ୍ପାଦକ ନରହରି ନାୟକ, ନବକିଶୋର ଦାସ, ଗଙ୍ଗାଧର ପାଢି ପ୍ରମୁଖ ଉପସ୍ଥିତ ଥିଲେ। ନାଗରିକ ମଞ୍ଚର ବରିଷ୍ଠ ସଦସ୍ୟ ମନୀନ୍ଦ୍ର ଦୀକ୍ଷିତ ଧନ୍ୟବାଦ ଅର୍ପଣ କରିଥିଲେ।
