*ତିଖାଳି ଡାହାଣ ମୁଖ୍ୟ କେନାଲ ରୁ କୁଷମାଲ୍ ଗ୍ରାମର ହିରା ସିଂ ମାଝୀ ଙ୍କ ଜମିରେ ଜଳ ସେଚିତ ସମସ୍ୟା, ଜମି ଫାଟି ଆଁ କରିଥିବ ବେଳେ ରବି ଧାନ ଫସଲ ନଷ୍ଟ ହେବ ଅଭିଯୋଗ, ଆବଶ୍ୟକ ପଦକ୍ଷେପ ପାଇଁ ଦାବୀ* ନୂଆପଡା(ମିଖାଏଲ ନନ୍ଦ)
ତା:୦୭.୦୩
ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ତିଖାଲି ନିମ୍ନ ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ର ଡାହାଣ ମୁଖ୍ୟ କେନାଲ ରୁ ମେଗା ପାଇପ ଜଳ ସେଚନ ପ୍ରକଳ୍ପ ଦ୍ବାରା ଜଳ ସେଚିତ ସୁବିଧା କରାଯାଇଅଛି। ଜାମ ରେ ଆବଶ୍ୟକ ପରିମାଣ ଜଳ ସେଚିତ ହେବା ନେଇ ହୀରା ସିଂ ମାଝୀ ଜମି ରେ ଧାନ ଚାଷ କରିଥିଲେ। କିନ୍ତୁ ଜମିକୁ ଜଳ ସେଚନ ପାଇଁ ପାଇପ ଯୋଗ ଜଳ କାମ ଆସିଅଛି। ଫଳରେ ଧାନ ଗଜା ହୋଇ ବଢୁଥିବା ବେଳେ ଜମିବକୁ ଜଳ ସେଚିତ ହୋଇ ପାରୁନାହିଁ। ଆବଶ୍ୟକ ପରିମାଣ ଜଳ ଯୋଗାଣ ହେଉନାହିଁ। ତେଣୁ ଜଳ ଅଧିକ ପରିମାଣ ରେ ଛାଡ଼ିବା ଦାବୀ କରିଛନ୍ତି। ତାଙ୍କ ଜମି ପର୍ଯ୍ୟନ୍ତ ଜଳ ସେଚନ ପାଇଁ ପାଇପ ବିଛା ଯାଇଅଛି। ପାଇପ ଯୋଗ ଆବଶ୍ୟକ ପରିମାଣ ଜଳ ସେଚନ ପାଇଁ ଚାଷୀ ହୀରା ସିଂ ମାଝୀ ଦାବୀ କରିଛନ୍ତି। ନଚେତ୍ ତାଙ୍କ ଫସଲ ସମ୍ପୂର୍ଣ ନଷ୍ଟ ହେବା ଆଶଙ୍କା ଦେଖାଯାଉଛି। ଜଳ ସେଚନ ବିଭାଗ ଉଚିତ୍ ପଦକ୍ଷେପ ପାଇଁ ଅନୁରୋଧ।
