*ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘ କାର୍ଯ୍ୟକାରିଣୀ ବୈଠକ ଖଡିଆଳ ଠାରେ ଅନୁଷ୍ଠିତ, ଆଗାମୀ କାର୍ଯ୍ୟପନ୍ଥା, ସଙ୍ଗଠାନିକ ନିର୍ବାଚନ ରେ ନିଷ୍ପତ୍ତି*
ନୂଆପଡା(ମିଖାଏଲ ନନ୍ଦ)
ତା:୦୭.୦୩.
ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ଏକ ଘରୋଇ ହୋଟେଲ ଠାରେ ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ବୈଠକ ରେ ସଭାପତି ସୁରେଶ ଅଚାରୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଆଗାମୀ କାର୍ଯ୍ୟପନ୍ଥା, ସଙ୍ଗଠାନିକ ନିର୍ବାଚନ ରେ ନିଷ୍ପତ୍ତି ହୋଇଅଛି। ସଭାରେ ଅନ୍ୟତମ ସଦସ୍ୟ ସମ୍ପାଦକ ଦେବାନନ୍ଦ ତାଣ୍ଡି ଆଗାମୀ ବୈଠକ ବିବରଣୀ ପାଠ କରିଥିବା ବେଳେ ଖଡିଆଳ ବ୍ଲକ ସଭାପତି ଶାମ୍ବ ସରାଫ,ଦୀପକ ମିଶ୍ର, ମନୋଜ ଶଗରିଆ, ଉପଦେଷ୍ଟା ବିଶ୍ୱଜିତ୍ ପାଢୀ, ପବିତ୍ର ମୋହନ ପ୍ରଧାନ ପ୍ରମୁଖ ଯୋଗ ଦେଇ ସାମ୍ବାଦିକଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ସଙ୍ଘର ଉନ୍ନୟନ ମୂଳକ କାର୍ଯ୍ୟ ପନ୍ଥା ନିର୍ଣ୍ଣୟ କରିଥିଲେ।
