**ନୂଆପଡ଼ା ଜିଲ୍ଲ ସିନାପାଲି ଖଡିଆଳ ମୁଖ୍ୟ ସଡ଼କ ଜବର୍ ଦଖଲ ଉଚ୍ଛେଦ କାର୍ଯ୍ୟ ଜାରି, ଉପଜିଲ୍ଲାପାଳ ଙ୍କ ଉପସ୍ଥିତି ରେ ହେଲା ଜବର ଦଖଲ ଉଚ୍ଛେଦ।*
ନୂଆପଡା (ମିଖାଏଲ ନନ୍ଦ)
ତା:୦୬.୦୩.
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗଣ୍ଡାବହାଲି ଗ୍ରାମପଞ୍ଚାୟତ ରେ ସଡ଼କ ଉଭୟ ପାର୍ଶ୍ଵରେ ଜବର ଦଖଲ ଉଚ୍ଛେଦ ପାଇଁ ଦୀର୍ଘ ଦିନ ନୋଟିସ ଜାରି ହୋଇଥିଲା। ଗ୍ରାମବାସୀମାନେ ସିନାପାଲି – ଖଡିଆଳ ରାଜ୍ୟ ସ୍ୱତନ୍ତ୍ର ପଥ ମାାଡି ବସି କଂକ୍ରିଟ ସହର ନିର୍ମାଣ କରିଥିଲେ। ସଡ଼କ ଉପରେ ନର୍ଦ୍ଦମା ଜଳ ପ୍ରବାହିତ ହେଉଥିବା ବେଳେ ସଡ଼କ ସଂକୀର୍ଣ୍ଣ ହୋଇଥିଲା। ନାମ ନର୍ଦ୍ଦମା ଜଳ ନିଷ୍କାସନ ସୁବିଧା ମଧ୍ୟ ନ ଥିଲା। ବର୍ତ୍ତମାନ ଜବର ଉଚ୍ଛେଦ ଦ୍ବାରା ସହର ସୁନ୍ଦର୍ ହେବା ସହ ଯାତାୟତ ସୁବିଧା ମଧ୍ୟ ସଭାବିକ ହେବ। ଉପଜିଲ୍ଲାପାଳ ଶୁର୍ମି ସୋରେନ, ତହସିଲଦାର, ପୋଲିସ ବାହିନୀ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟ ସମ୍ପାଦିତ ହୋଇଅଛି। ଜନସାଧାରଣ ଙ୍କୁ ସହଯୋଗ କରିବାକୁ ନାଗରିକ ଙ୍କୁ ଆହ୍ବାନ କରିଛନ୍ତି।
