ମାସିକ ସାରସ୍ବତ ସମାରୋହ।
ବ୍ରହ୍ମପୁର -ତ୍ରିଧାରା ସାହିତ୍ୟ ସଂସଦ ବ୍ରହ୍ମପୁର ଗଞ୍ଜାମ ପକ୍ଷରୁ ଆୟୋଜିତ ମାସିକ ସାହିତ୍ୟ ଆସର କାର୍ଯ୍ୟକ୍ରମ ସ୍ଥାନୀୟ ଐତିହାସିକ ଗୌରବମୟ ଉତ୍କଳ ଆଶ୍ରମର ପାଠାଗାର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ସୁରେନ୍ଦ୍ର ନାଥ ପାଣିଗ୍ରାହୀ ସଭାପତି । ସଂସଦର ସମ୍ପାଦକ ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ ସ୍ବାଗତ ଭାଷଣ,ମଞ୍ଚ ସଞ୍ଚାଳନ ଓ ସଂସଦର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ୨୦୨୬ ରେ ଆମ ଅଞ୍ଚଳ ଓ ଆମ କିମ୍ବଦନ୍ତୀ କାର୍ଯ୍ୟ କ୍ରମରେ ବିଭିନ୍ନ ଅଞ୍ଚଳର କିମ୍ବଦନ୍ତୀ ସମ୍ପର୍କରେ ଅନେକ ଅନାଲୋଚିତ ତଥ୍ୟ ଲୋକଲୋଚନକୁ ଆସିପାରିବ। ସେହି ଦୃଷ୍ଟିରୁ ଆଜି ବୁଗୁଡ଼ା ଅଞ୍ଚଳର କିମ୍ବଦନ୍ତୀ ଆଲୋଚ୍ୟ ବିଷୟ।ସଭାପତି ଡକ୍ଟର ପାଣିଗ୍ରାହୀ ନିଜସ୍ୱ ମତପ୍ରକାଶ କରିଥିଲେ। ଆଲୋଚକ ଗାଳ୍ପିକ ଡକ୍ଟର ଚିତ୍ତରଞ୍ଜନ ପଟ୍ଟନାୟକ ବୁଗୁଡ଼ା ଅଞ୍ଚଳର କିମ୍ବଦନ୍ତୀ ସମ୍ପର୍କିତ ବୁଗୁଡ଼ା ର ନାମକରଣ, ବୁଦ୍ଧଖୋଲର, ବିଭିନ୍ନ ଖୋଲ, ଗୁମ୍ଫା ଓ ସିଦ୍ଧଗୁମ୍ଫା , ବଳଦେବଜୀଉ ମନ୍ଦିର ସର୍ପଦଂଶନ ବିରଞ୍ଚିନାରାୟଣ ମନ୍ଦିର ର ନିର୍ମାଣ କୈ।ଶଳ ବିଞ୍ଚି ଘା , କାଠ କଣ୍ଢେଇ ର ଚାପୁଡ଼ା, ଗୋଲିଆ ଇନ୍ଦ୍ରଦ୍ୟୁମ୍ନ ପୋଖରୀ ବା କୁର୍ମ ପୋଖରୀ ଓ ହାତୀ ରାମ ଦୋରା ଆଦି ବିଭିନ୍ନ କିମ୍ବଦନ୍ତୀ ସମ୍ପର୍କରେ ଏକ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ। ସଂସଦର ସହ ସମ୍ପାଦିକା ଗାୟତ୍ରୀ ପାଣିଗ୍ରାହୀ କବିତା ସଂଯୋଜନା କରିଥିଲେ। ଏଥିରେ ,ବିଜୟ ଚନ୍ଦ୍ର ମିଶ୍ର, ଗାୟତ୍ରୀ ରଥ ଷଡ଼ଙ୍ଗୀ, ଇ,ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଗାୟତ୍ରୀ ପାଣିଗ୍ରାହୀ, ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ, ମନୋଜ କୁମାର ପାଣିଗ୍ରାହୀ, ବଂଶୀଧର ସେଠୀ, ତ୍ରିଲୋଚନ ଦାଶ, ସୁବ୍ରତ କୁମାର ରଥ, ଟି କାଳୀପ୍ରସାଦ ରାଓ ଆଦି କବିତା ପଠନ କରିଥିଲେ । ବେଙ୍କଟ ବିହାରୀ ପ୍ରହରାଜ, ଡକ୍ଟର ଅଶୋକ କୁମାର ପଣ୍ଡା, ଡକ୍ଟର ସଞ୍ଜୟ କୁମାର ପଣ୍ଡା ଆଦି ସହଯୋଗ କରିଥିଲେ।25 ରୁ ଉର୍ଦ୍ଧ୍ବ ସାରସ୍ବତ ପ୍ରେମୀ ଉପସ୍ଥିତ ରହି ସଭାର ସୈ।ନ୍ଦର୍ଯ୍ୟବୃଦ୍ଧି କରି ଥିଲେ।
ପରିଶେଷରେ ତ୍ରିଲୋଚନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
