୫୧ ତମ ବନ୍ଧୁ ମିଳନ ପାଇଁ ପ୍ରସ୍ତୁତି ବୈଠକ
ବରଗଡ଼ : ୦୧.୦୩.(ନି, ପ୍ର )ଗତକାଲି ସ୍ଥାନୀୟ ଜିଲ୍ଲା ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟରେ ବରଗଡ଼ ର ସର୍ବ ପୁରାତନ ବିଦ୍ୟାଳୟ ଜର୍ଜ ଉଚ୍ଚ ବିଦ୍ୟାଳୟ ର ୧୯୭୫ ବେଚ ବନ୍ଧୁ ମାନଙ୍କ ଗୋବିନ୍ଦ ଦାଶଙ୍କ ଆବାହକତ୍ୱରେ ତଥା ସତ୍ୟ ନାରାୟଣ ପଣ୍ଡାଙ୍କ ସଂଯୋଜନା ରେ ଆସନ୍ତା ଡ଼ିସେମ୍ବର ସାମ ପ୍ରଥମ ରବିବାର ଦିନ ହେବାକୁ ଥିବା ୫୧ ତମ ମହା ମିଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଚଳିତ ବର୍ଷ ଡିସେମ୍ବର ୦୬ ତାରିଖ ରବିବାର ଦିନ କେଉଁ ସ୍ଥାନରେ ଓ କିପରି ଭାବେ ମହା ମିଳନ ପାଳନ କରାଯିବ ସେ ସମ୍ପର୍କରେ ବନ୍ଧୁ ମାନେ ନିଜ ନିଜ ମତାମତ ପ୍ରଦାନ କରିଥିଲେ ।
ଏହା ପୂର୍ବରୁ ଶ୍ରୀ ନିର୍ମଳ କିଶୋର କର ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ ।
ଏହି ଅବସରରେ ଫେବୃଆରୀ ମାସରେ ସର୍ବଶ୍ରୀ ଶିବ ଚରଣ ଦାଶ, ଅଶୋକ ପଶାୟତ, ଗୋପାଳ ଦାଶ, ଅଶ୍ବିନୀ ପଣ୍ଡା, ସୁବ୍ରତ ପ୍ରଧାନ, କୈଳାସ ଛାପଡିଆ, ତାନସେନ ସରାଫ,ଜୟ ପ୍ରକାଶ ଅଗ୍ରୱାଲ, ବନମାଳୀ ବାରିକ ଓ ସୁନୀଲ ଦାଶ ଙ୍କ ଜନ୍ମ ଦିବସ ପଡ଼ିଥିବାରୁ ସମସ୍ତଙ୍କୁ ପୁଷ୍ପ ଗୁଛ ସହ ଶୁଭେଚ୍ଛା ଜଣାଇ ନିଆରା ଢଙ୍ଗରେ ଜନ୍ମ ଦିନ ପାଳନ କରାଯାଇଥିଲା ।
ଏଥିରେ ସର୍ବଶ୍ରୀ କୃଷ୍ଣ ଚନ୍ଦ୍ର ପଣ୍ଡା, ସୁଧାଂଶୁ ଶତପଥୀ,ଅଭୟ ଭୋଇ, ଲଳିତ ବିଶି, କହ୍ନେଇଲାଲ ଗୁପ୍ତା, ସତ୍ରୁଘ୍ନ ଦାଶ, ଗଣେଶ ରେଖାନୀ, ଦାମୋଦର ଅଗ୍ରୱାଲ, କୁଞ୍ଜ ବିହାରୀ ଗୁପ୍ତା, ଅଶୋକ କୁଅଁର,ଦେବୀ ପଟ୍ଟନାୟକ,କୁନୁ ବଢ଼େଇ,ପ୍ରଶନ୍ନ ସାମଲ,ତୁଳସୀ ଚରଣ ଦାଶ ଆଦି ସପତ୍ନୀକ ଯୋଗଦେଇଥିଲେ ।
ଶେଷରେ କହ୍ନେଇଲାଲ ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।
