ଉମରକୋଟ ରେ ବଡ଼ ଧରଣ ର ସଶସ୍ତ୍ର ଡକାୟତି / ମାରଣାସ୍ତ୍ର ଦେଖାଇ ଲୁଟିନେଲେ ସତୁରି ଲକ୍ଷ ଟଙ୍କା ଓ କୋଡିଏ ଲକ୍ଷ ର ସୁନାଗହଣା
UMERKOTE – 23/02/26 – ଉମରକୋଟ ସହର ଉପକଣ୍ଠ କୋଚିନି ଆମ୍ବା ଗାଁ ରେ ଘଟିଛି ସଶସ୍ତ୍ର ଡକାୟତି. ସର୍ବସ୍ବ ଲୁଟିଛନ୍ତି ଦୁର୍ବୁର୍ତ୍ତ. ସୂଚନା ଅନୁଯାୟୀ କୋଚିନିଆମ୍ବ ଗାଁ ର ଅମୁଲ୍ୟ ଜେନା ଘରେ ଗତ ରାତି ଖାଇ ପିଇ ସୋଇଥିବା ବେଳେ କିଛି ଦୁର୍ବୁର୍ତ୍ତ ଘର ଆଗ କବାଟ ଭାଙ୍ଗୁଥୁବା ଜାଣି ନିଦରୁ ଉଠିଥିଲେ ଅମୁଲ୍ୟ. କିଛି ଜାଣିବା ଆଗରୁ ପ୍ରଥମେ ଚାରିଜଣ ଦୁର୍ବୁର୍ତ୍ତ ଅମୁଲ୍ୟ ଙ୍କୁ କାବୁ କରି ନେଇଥିଲେ. ତାଙ୍କ କବଳରୁ ବଂଚିବାକୁ ଚିତ୍କାର କରିବାରୁ ଘର ବାହାରେ ଥିବା ଆଉ ଦୁଇ ଜଣ ତାଙ୍କ ପାଟି ବନ୍ଦ କରି ବେକ ରେ ବଡ଼ ମାରଣାସ୍ତ୍ର ଦେଖାଇ ଜୀବନ ରୁ ମାରିବାକୁ ଧମକ ଦେଇଥିଲେ. ପରେ ଆରମ୍ଭ କରିଥିଲେ ଅସଲି ଖେଳ. ପ୍ରଥମେ ଆଲମାରୀ ଚାବି ଦେବାକୁ କହିଥିଲେ ମଧ୍ୟ ଅମୁଲ୍ୟ ଅରାଜି ହେବାରୁ ନିସ୍ତୁକ ମାଡ଼ ମାରି ଲହୁ ଲୁହାନ କରିଥିଲେ. ଜୀବନ ବିକଳରେ ଟଙ୍କା ଥିବା ସ୍ଥାନ ଦେଖାଇବାରୁ ଦୁର୍ବୁତ୍ତ ମାନେ ଆଲମାରୀ ଭାଙ୍ଗି ଜାଗା ବିକ୍ରି କରିଥିବା ସତୁରି ଲକ୍ଷ ଟଙ୍କା ଓ ମା, ଭଉଣୀ, ଭାଣିଜୀ ଙ୍କ ଥିବା ପ୍ରାୟ କୋଡିଏ ଲକ୍ଷ ଟଙ୍କା ମୂଲ୍ୟ ର ସୁନା ଗହଣା ଲୁଟିନେଇଥିଲେ. ସତୁରି ଲକ୍ଷ ଟଙ୍କା ସହିତ 14ଟି ସୁନାମୁଦୀ, ତିନୋଟି ସୁନା ଲକେଟ ଓ ମାଆ ଙ୍କ କାନ ଫୁଲ ନେଇ ଯାଇଥିବା ପ୍ରକାଶ କରିଛନ୍ତି.ମୋବାଇଲ ଭାଙ୍ଗି ଦେଇଥିବାରୁ ମୁର୍ମୁଷ ଅବସ୍ଥାରେ ପଡୋଶୀ ଙ୍କୁ ଡାକିବାରୁ ସେମାନେ ଉଦ୍ଧାର କରିଥିବା ଅଭିଯୋଗ କରିଛନ୍ତି. ଥାନାରେ ଲିଖିତ ଅଭିଯୋଗ ଦେଲା ପରେ ଉମରକୋଟ ପୋଲିସ ଓ ନବରଙ୍ଗପୁର ସାଇଣ୍ଟିଫିକ ଦଳ ଘଟଣା ସ୍ଥଳ କୁ ଆସି ଛାନ ଭିନ୍ନ ଆରମ୍ଭ କରିଛି. ପାଞ୍ଚ ରୁ ଛଅ ଜଣ ଦୁର୍ବୁତ୍ତ ଥିବା ଓ ସ୍ଥାନୀୟ ଭାଷା ରେ କଥା ହେଉଥିବା ଅମୂଲ୍ୟ ଜଣାଇଛନ୍ତି. ଉମରକୋଟ ଅଂଚଳ ରେ ଦିନକୁ ଦିନ ଚୋରି ଡକାୟତି ହେଉଥିବା ବେଳେ ଏତେ ବଡ଼ ଧରଣ ର ଡ଼କାୟତି ହେଇନଥିବା ସ୍ଥାନୀୟ ଲୋକେ କହିଛନ୍ତି. ଟଙ୍କା ଓ ସୁନା ରୁପା ଶୀଘ୍ର ଫେରି ପାଇବା ଓ ଉମରକୋଟ ପୋଲିସ ପ୍ରଶାସନ ଉପରେ ପୁର୍ଣ ବିଶ୍ୱାସ ରହିଛି ବୋଲି ଅମୂଲ୍ୟ କହିଛନ୍ତି. ପୋଲିସ ବିଭିନ୍ନ ଦୃଷ୍ଟି କୋଣ କୁ ଅନୁସନ୍ଧାନ କରି ସହର ର ବିଭିନ୍ନ ସିସି ଟିଭି କ୍ୟାମେରା,ସନ୍ଦିଗ୍ଧ ବ୍ୟକ୍ତି ଙ୍କୁ ପଚାର ଉଚରା କରୁଥିବା ବିଶେଷ ସୂତ୍ରରୁ ଜଣା ପଡିଛି. ଏଥିରେ ଉମରକୋଟ ପୋଲିସ ଆଇ. ଆଇ.ସି ବିପିନ ବାଘ, ଏସ. ଆଇ ଅକ୍ଷୟ ମିଶ୍ର, ଏ. ଏସ. ଆଇ ମଳୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ
