*ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କୋନାବିରା ଗ୍ରାମ ପଞ୍ଚାୟତ କୁ କୋମନା ଏନ୍ ଏ ସି ରେ ସାମିଲ କରିବା ବିରୋଧ ରେ ଆଜି ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାବୀପତ୍ର*।
ନୂଆପଡ଼ା(ମିଖାଏଲ ନନ୍ଦ)
ତା:୨୪.୦୨. ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କୋନାବିରା ଗ୍ରାମ ପଞ୍ଚାୟତ କୁ କୋମନା ଏନ୍ ଏ ସି ରେ ସାମିଲ କରିବା ବିରୋଧ ରେ ଆଜି ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି। ପଞ୍ଚାୟତ କୁ ସାମିଲ କରିବା ପାଇଁ ପ୍ରଥମ ରେ ଗ୍ରାମ ସଭା ମାଧ୍ୟମ ରେ ଗ୍ରାମବାସୀଙ୍କ ସହମତି ଲୋଡ଼ିବା ଆବଶ୍ୟକ ଅଟେ। ଏହା ଦ୍ବାରା ଅନେକ ପ୍ରଭାବ ପଡ଼ିବ ସହ ରାଜସ୍ବ ଚାପ୍ ବୃଦ୍ଧି ସାଙ୍ଗକୁ କୃଷି ଏବଂ ଗ୍ରାମାଞ୍ଚଳ ପ୍ରଭାବିତ ହେବା। ବିକାଶ ରେ ଅନେକ ବାଧା ସୃଷ୍ଟି ହେବ। ପ୍ରଥମ ରେ ତୁରନ୍ତ ସାମିଲ ହେବା ଆଦେଶ କୁ ପ୍ରତ୍ୟାହାର କରିବା ସହ ସାମାଜିକ ସମୀକ୍ଷା, ଗ୍ରାମସଭା କରିବା, ଏବଂ ଜନସାଧାରଣ ଙ୍କ ମତାମତ ସଂଗ୍ରହ କରି ଶେଷ ନିଷ୍ପତ୍ତି ନେବାକୁ ଦାବୀ କରିଛନ୍ତି। ଏହି ଦାବୀ ନେଇ ଗ୍ରାମର ପ୍ରେମ କୁମାର ଜଗତ,ଜଗନ୍ନାଥ ମାଝୀ, ହରି ମାଝୀ, ଭୁଜବଳ ମାଝୀ ପ୍ରମୁଖ ସମେତ ଗ୍ରାମବାସୀ ଅଭିଯୋଗ କରିଛନ୍ତି।
