ଉମରକୋଟ /21/02/26 ଉମରକୋଟ ଠାରେ ମେଡିକାଲ କଲେଜ ପ୍ରତିଷ୍ଠା କୁ ନେଇ ଗତ ସପ୍ତାହ ମଧ୍ୟରେ ଦୁଇ ଦୁଇ ଟି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି. ଗତ 19ତାରିଖ ରେ ଉମରକୋଟ ମିଳିତ ଯୁବ ମଞ୍ଚ ଓ ଶୁକ୍ରବାର ବିଜେପି ମେଡିକାଲ କଲେଜ କୁ ନେଇ ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି. ସୂଚନା ଅନୁଯାୟୀ ଗତ 13ତାରିଖ ରେ ମୁଖ୍ୟମନ୍ତ୍ରୀ ମୋହନ ଚାରଣ ମାଝୀ ନବରଙ୍ଗପୁର ପୋଡାଲ ଗୁଡା ଠାରେ ମେଡିକାଲ କଲେଜ ର ଶୁଭ ଦେଇଥିଲେ. ନବରଙ୍ଗପୁର ଜିଲ୍ଲା ବାସୀ ଙ୍କ ଉଦ୍ୟେଶ ରେ ଏହି ଜନମଙ୍ଗଳ କାମ ର ଭିତ୍ତି ପ୍ରସ୍ତର ସ୍ଥାପନା କରିଥିଲେ ମଧ୍ୟ ଉମରକୋଟ ବାସୀ ଏହାକୁ ସହଜ ରେ ଗ୍ରହଣ କରିନଥିଲେ.ଉମରକୋଟ ଜିଲ୍ଲା ସଦର ମହକୁମା ରୁ ଠାରୁ ଅନେକ ଦୂର ଓ ପୁରା ଜିଲ୍ଲା ଭିତରେ ମଧ୍ୟ ସ୍ଥଳ ରେ ରହୁଥିବାରୁ ଏହି ସ୍ଥାନରେ କରିବାକୁ ଉମରକୋଟ ବାସୀ ଅଡ଼ିବସିଥିଲେ. ନିଜେ ମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଉମରକୋଟ ବାସୀ ବିଭିନ୍ନ ଚା ଖଟି ରେ ଆଲୋଚନା କରୁ ଥିବା ଶୁଣିବାକୁ ମିଳୁଥିଲା. କିନ୍ତୁ ମୁଖ୍ୟମନ୍ତ୍ରୀ ଙ୍କ ଶିଳାନ୍ୟାସ ସବୁ କଳ୍ପନା ଜଳ୍ପନା ର ଅନ୍ତ କରିଥିଲା. ଉମରକୋଟ ମିଳିତ ଯୁବ ମଞ୍ଚ ଦାବି ଅନୁସାରେ ନବରଙ୍ଗପୁର ରେ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଥିଲେ ମଧ୍ୟ ଉମରକୋଟ, ଝରୀଗାଁ, ରାଇଘର, ଚନ୍ଦାହାଣ୍ଡି ଲୋକେ ବହୁ ଦୂର ଯାଇ ଚିକିତ୍ସା ହେଉଛନ୍ତି. ଯାହା ଦ୍ୱାରା ଲୋକେ ବହୁ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି. ଉମରକୋଟ ପୁରା ଜିଲ୍ଲା ର ମଧ୍ୟ ସ୍ଥଳୀ ଓ ମେଡିକାଲ କଲେଜ ପାଇଁ ସରକାରୀ ଜାଗା ର ଅଭାବ ନାହିଁ. ଯାହା ସରକାର ଙ୍କୁ କଲେଜ ସ୍ଥାପନା ଦିଗରେ କୌଣସି ବାଧା ରହିବନି. ମିଳିତ ମଞ୍ଚ ଦାବି ଅନୁସାରେ ଉମରକୋଟ କୁ ଉପଖଣ୍ଡ ମାନ୍ୟତା, ଜମି ସେଟଲମେଣ୍ଟ ପରି ସମସ୍ୟା ଥିଲେ ମଧ୍ୟ ସରକାର କହିଁକି କର୍ଣ୍ଣପାତ କରୁନାହାନ୍ତି. ଅଭିଯୋଗ ର ଠିକ ଦୁଇ ଦିନ ପରେ ଉମରକୋଟ ବିଜେପି ମେଡିକାଲ କଲେଜ କୁ ନେଇ ତାର ପ୍ରତିକ୍ରିୟା ରଖିଥିଲା. ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ପ୍ରତିନିଧି ଅଶୋକ ପାଢ଼ୀ କହିବା ଅନୁଯାଇ ମେଡିକାଲ କଲେଜ ଘୋଷଣା କୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ କୌଣସି ଏକ ପକୃତ ସ୍ଥାନ ଘୋଷଣା କରିନଥିଲେ. ସବୁ ବେଳେ ମେଡିକାଲ କଲେଜ ବିଭିନ୍ନ କାରଣ ଅନୁଯାଇ ଜିଲ୍ଲା ସଦର ମହକୁମା ରେ ହ୍ନି ହେଇଥାଏ. ରାଜ୍ୟ କମିଟି, ଜିଲ୍ଲା ପ୍ରଶାସନ ର ତନ୍ନ ତନ୍ନ ବୈଠକ ଓ ସମୀକ୍ଷା ପରେ ନବରଙ୍ଗପୁର କୁ ଚୟନ କରଯାଇଥିଲା. ଏମିତି ବି ପୂର୍ଵ ସରକାର ଦୀର୍ଘ ବର୍ଷ ଧରି ସରକାର ଚଲାଉଥିଲେ ମଧ୍ୟ ଆମେ ମାତ୍ର ଅଠର ମାସ ସରକାର ଙ୍କ ଠାରୁ ଆମ ଜିଲ୍ଲାରେ ଏକ ମେଡିକାଲ କଲେଜ ପାଇଛୁ. ଯାହା ଆମେ ନବରଙ୍ଗପୁର ଜିଲ୍ଲା ବାସୀଙ୍କ ପାଇଁ ଗର୍ବ.ସେହିପରି ଉମରକୋଟ ରେ ମାନ୍ୟବର ମନ୍ତ୍ରୀ ଙ୍କ ପ୍ରଚେଷ୍ଟା ରେ ବହୁ ସ୍କୁଲ କୁ ପିଏମ ଶ୍ରୀ ସ୍ଥାନ ମିଳିଛି ଯାହା କେନ୍ଦ୍ରୀୟ ଶିକ୍ଷା ଢାଞ୍ଚା ରେ ପ୍ରସ୍ତୁତ ହେବ. ଉମରକୋଟ ରେ ରାଜ୍ୟ ସ୍ତରୀୟ ଅଡିଟରୀୟମ, ଦୀର୍ଘ ଦିନ ର ସ୍ବପ୍ନ ବାଏପାସ ରାସ୍ତା ଓ କୋଟି କୋଟି ଟଙ୍କା ବେୟ ରେ ସୁନ୍ଦର ପାର୍କ ନିର୍ମାଣ ଚାଲିଛି. ଏହା ବି ଆମ ଉମରକୋଟ କୁ ଅଠର ମାସ ରେ ମିଳିଛି. ମେଡିକାଲ କଲେଜ କୁ ନେଇ ମନ ରେ ଦ୍ୱନ୍ଦ୍ୱ ନରଖି ଜିଲ୍ଲା ବାସୀ ଙ୍କ ଦୀର୍ଘ ଦିନ ର ସ୍ବପ୍ନ କୁ ଆମେ ପାଇଛେ ବୋଲି ସଫାଇ ଦେଇଥିଲେ. ସେପଟେ ଉମରକୋଟ ର ସାଧାରଣ ଲୋକେ କିନ୍ତୁ ଭିନ୍ନ ମତ ରଖିଛନ୍ତି. ସେମାନଙ୍କ କହିବା ଅନୁଯାଇ ଯଦି ସଠିକ ଢଙ୍ଗରେ ଉମରକୋଟ ବାସୀ, ବୁଦ୍ଧିଜୀବୀ, ଓକିଲ, ରାଜନେତା, ବେପାରୀ ସଂଘ ପ୍ରଶାସନ ଓ ସରକାର ଙ୍କ ପାଖରେ ନିଜ ର ଉପସ୍ଥିତ ରଖିଥାନ୍ତା ତେବେ ଉମରକୋଟ ପାଇଁ କିଛି ଆଶା ସଂଚାର ହେଇପାରିଥାନ୍ତା.
