*ବସୁନ୍ଧରା ପାଣି ଯୋଗାଣ ଡ୍ରାଇଭର ଦରମା ବନ୍ଦ ନେଇ ବିଡିଓଙ୍କୁ ଅଭିଯୋଗ*
ବସ୍ତା:- ୨୧/୦୨/୨୦୨୬ (ନି ପ୍ର) ରାଜ୍ଯ ସରକାର ପ୍ରତ୍ଯେକ ଗାଁ ସାହିକୁ ବସୁନ୍ଧରା ଯୋଜନାରେ ପାଇପ ସଂଯୋଗ କରି ଘରଘରକୁ ସ୍ବଛ ନିର୍ମଳପାଣି ଯୋଗାଇ ଚାଲିଛନ୍ତି। ପୁଣି ସୁଚାରୁ ରୂପେ ପାଣି ଠିକ ସମୟରେ ଚାଲୁ ରହିବା ପାଇଁ ଚାଳକ ନିଯୁକ୍ତି ହୋଇଛି। ହେଲେ ୨୦୨୪ ମସିହାରୁ ଯୌନିକ ଚାଳକ ଦରମା ନ ପାଇବାରୁ ଆତ୍ମଆହୁତି ଦେବା ପାଇଁ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହିଭଳି ଦୃଶ୍ଯ ଦେଖିବାକୁ ମିଳିଛି ମଥାନୀ ପଞ୍ଚାୟତ ୧୭ନଂ ଜୋନର ଗମ୍ଭାରିଆ ବସୁନ୍ଧରା ଯୋଜନାରେ ନିର୍ମିତ ପାନିୟ ଜଳ ଯୋଗାଣ ରେ ୧ ହଜାରରୁ ଉର୍ଦ୍ଧ ଲୋକଙ୍କୁ ପାଣି ଯୋଗାଉଥିବା ବେଳେ ଡ୍ରାଇଭର ହରେକୃର୍ଷ୍ଣ ଯେନା ପୁତ୍ର ରଘୁନାଥ ଯେନା ୧୫ ମାସ ଧରି ଦରମା ନ ପାଇବାରୁ ଶ୍ରୀଯେନା ମଥାନୀ ସରପଞ୍ଚ ମମତା ସିଟ ଙ୍କୁ ଅବଗତ କରିବା ସହିତ ବିଭାଗୀୟ ଜେଇ , ବିଡିଓଙ୍କୁ ଲିଖିତ ଅଭିଯୋଗ କରି ନିଅନ୍ତ ହୋଇଗଲେଣି। ପୁଣି ସରପଞ୍ଚ କୁ ୧୫ ମାସର ବିଲ କରିବା ପାଇଁ ୩୦ ହଜାର ଟଙ୍କା ଦେଇଥିଲେ। ମାତ୍ର ପାଣି ଚାଳକ ବିଜେପି ଦଳ ସମର୍ଥୀତ ହୋଇଥିବାରୁ ତାଙ୍କ ବିଲ କରିବି ନାହିଁ ବୋଲି ସରପଞ୍ଚ ପ୍ରକାଶ କରି କହିଥିଲେ ଓ ତୁମେ ପୁଣି ବିଜେଡି ଦଳକୁ ଆସ ତାପରେ ତୁମ ବିଲ କରିବି। ତେବେ ନିରୁପାଇ ହୋଇ ରଘୁନାଥ ଯେନା ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ସାକ୍ଷାତ କରି ତାଙ୍କ ନିକଟରୁ ପତ୍ର ଆଣି ବିଡିଓଙ୍କୁ ଦେବାପରେ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଥିଲା ମାତ୍ର ସରପଞ୍ଚ ଦସଖସ୍ତ ନ ହେଲେ ବିଲ ଉଠିପାରିବ ନାହିଁ ବୋଲି ପଞ୍ଚାୟତ ଭିଏଲଡ୍ଲୁ କହିଛନ୍ତି। ଯାହା ଫଳରେ ମାନସିକ ଭାରସ୍ଯାମ ହରାଇଛନ୍ତି। ତେବେ ୭ ଦିନ ଭିତରେ ସରପଞ୍ଚ ୧୫ ମାସର ଦରମା ନଦେଲେ ସରପଞ୍ଚ ଘର ସମ୍ମୁଖରେ ଆତ୍ମହୁତି ଦେବେ ବୋଲି ଚେତାବନ୍ନି ଦେଇଛନ୍ତି। ଅପରପକ୍ଷେ ସରପଞ୍ଚ ମମତା ରାଣୀ ସିଟ ଙ୍କୁ ଯୋଗାଯୋଗ କରିବାରୁ ସେ ଏହି ଘଟଣା ସମ୍ପୁଣ୍ଣ କପୁଳକଳ୍ପିତ ଭିତ୍ତି ହିନ ବୋଲି ପ୍ରକାଶ କରିଥିଲେ।
