
ରାୟଗଡ ଥାନା ରେ ନୂତନ ଥାନା ଅଧିକାରୀ ଙ୍କ ଜଗଦାନ ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ରାୟଗଡ଼ ଥାନା ରେ ନୂତନ ଥାନା ଅଧିକାରୀ ଭାବରେ ଅଶ୍ୱିନ କୁମାର ଭିତିରୀୟା ଜଗଦାନ କରିଛନ୍ତି।
କିଛି ଦିନ ତଳେ ଜିଲ୍ଲା ପୋଲିସ ମୁଖ୍ୟାଳୟ ତରଫରୁ ଥାନା ଅଧିକାରୀ ମାନଙ୍କ ବଦଳୀ ଆଦେଶ ଜାରି କରାଯାଇଥିଲା । ସେହି ପ୍ରକାରେ ଅଶ୍ୱିନ କୁମାର ଭିତିରୀୟା ଙ୍କୁ ରାୟଗଡ଼ ଥାନା କୁ ବଦଳି ହଇଥିଲା। ଏଥି ପୂର୍ବ ରୁ ସେ ରା ଉଦୟଗିରୀ ଥାନା ରେ କାର୍ଯ୍ୟରତ କରୁଥିଲେ । ଏଠି ଥିବା ଥାନା ଅଧିକାରୀଣି କମଳାଚୌଧୁରୀ ଙ୍କ ଠାରୁ ନୂତନ ଅଧିକାରୀ ଦାୟିତ୍ଵ ଗ୍ରହଣ କରିନ୍ତି। ଥାନା ଅଂଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ସହ ଲୋକଙ୍କୁ ସୁରକ୍ଷା ଦେବା ଆମର ଦାୟିତ୍ଵ ବଲି ନୂତନ ଥାନା ଅଧିକାରୀ ପ୍ରକାଶ କରିଛନ୍ତି। କମଳା ଚୌଧୁରୀ ଙ୍କୁ ଶେରଙ୍ଗ ଥାନ କୁ ବଦଳି କରି ଥିବା ସୁଚନା ମିଳିଛି।
