
ଭଞ୍ଜଦୂତ ଖବର ଜିଲ୍ଲା ପ୍ରତିନିଧି ଙ୍କ ଦ୍ଵାରା ନୂତନ ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା
ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ଦଶରଥପୁର ଥାନା ନୂତନ ଥାନା ଅଧିକାରିଣୀ ହେମଲତା ଦାସ ଓ ମଙ୍ଗଳପୁର ଥାନାର ନୂତନ ଥାନା ଅଧିକାରୀ ରଞ୍ଜନ କୁମାର ବେହେରା କାର୍ଯ୍ୟରେ ଯୋଗ ଦେଇଛନ୍ତି. ଏହି ପରିପ୍ରେକ୍ଷୀରେ ଭଞ୍ଜଦୂତ ଖବର ଖବରକାଗଜ ର ଜିଲ୍ଲା ପ୍ରତିନିଧି ସରୋଜ କୁମାର ଧଳ ଙ୍କ ସହ ବ୍ଲକ୍ ପ୍ରତିନିଧି ମାନସ କୁମାର ସାହୁ, ଓମ୍ ମିଡ଼ିଆ ର ବ୍ଲକ୍ ପ୍ରତିନିଧି ଭାଗିରଥୀ ଯେନା ଭେଟି ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ଦଶରଥପୁର ଅଞ୍ଚଳର ବିଭିନ୍ନ ସମସ୍ୟା ସହ ମଙ୍ଗଳପୁର ଥାନା ଅଧୀନରେ ଚାଲୁଥିବା ଚୋରା ମଦ କାରବାର, ବିଭିନ୍ନ ପ୍ରକାରର ଅପରାଧୀକ କାର୍ଯ୍ୟ ଓ ଚୋରୀ ବଢିଥିବା ବେଳେ ମଙ୍ଗଳପୁର ବଜାରରେ ପ୍ରତ୍ୟେକ ଦିନ ଟ୍ରାଫିକ୍ ସମସ୍ୟା ହେଉଛି ଏହା ଉପରେ ଆଲୋଚନା କରାଯାଇଥିଲା. ଏ ସମସ୍ୟା କୁ ଦୃଷ୍ଟି ଦେବେ ବୋଲି ନୂତନ ଭାବେ ଦାୟିତ୍ୱ ବହନ କରିଥିବା ଥାନା ଅଧିକାରୀ ଦ୍ୱୟ ମତ ପ୍ରକାଶ କରିଥିଲେ.
