ରାଜରାସ୍ତାରେ ସଙ୍ଗବଦ୍ଧ ଆକ୍ରମଣ
ମାମଲା ରୁଜୁ କଲା ପୋଲିସ
ଯାଜପୁର ଭଞ୍ଜଦୁତ : ସଙ୍ଗବଦ୍ଧ ଭାବେ ରାଜରାସ୍ତା ରେ ଆକ୍ରମଣ କରି ହତ୍ୟା ପାଇଁ ଉଦ୍ୟମ କରିବାଘଟଣାକ୍ରମରେ ଯାଜପୁରରୋଡ଼ ଆଦର୍ଶ ଥାନା ରେ ମାମଲା ରୁଜୁ ହୋଇଛି.ପୋଲିସ ଗମ୍ଭୀରତା ର ସହ ଘଟଣାକୁ ଅନୁଧ୍ୟାନ କରି ତଦନ୍ତ କରୁଥିବା ବେଳେ ଆକ୍ରମଣକାରିଙ୍କୁ ଅବିଳମ୍ବେ ଗିରଫ କରିବାକୁ ଆକ୍ରମଣ ର ଶିକାର ହୋଇଥିବା ପରିବାରବର୍ଗଙ୍କ ସହ ବହୁ ବୁଦ୍ଧିଜୀବି ଗଣ ସଂଗଠନ ପକ୍ଷରୁ ଦାବି କରାଯିବା ପରେ ସ୍ଥାନୀୟ ଅଞ୍ଚଳ ରେ ଏହାକୁ ନେଇ ଚାପା ଉର୍ତ୍ତେଜନା ଲାଗିରହିଥିବା ଦେଖିବାକୁ ମିଳିଛି. ସୂଚନା ଯୋଗ୍ୟ ଯାଜପୁର ଜିଲ୍ଲା ଯଖ ପୁରା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ବାବୁଲି ମଳିକ ଙ୍କ ପୁଅ ଙ୍କ ସହ ଖରଡ଼ି ଙ୍ଗାର ନାଲୁ ପ୍ରଧାନ ଙ୍କ ପୁଅ ଙ୍କ ସହ ତେଲିବାହାଳୀ ମୋହତ୍ସବ ରେ କୌଣସି କାରଣ ବଶତଃ ଝଗଡା ହୋଇଥିଲା. ଗତ 13 ତାରିଖ ଦିନ ବାବୁଲି ମଳିକ ଓ ତାଙ୍କ ସ୍ତ୍ରୀ ଦାନଗଦି ଯାଉଥିବା ବେଳେ ପୂର୍ବଯୋଜନା ମୁତାବକ ଖରଡ଼ି ଛକରେ ନାଲୁ ପ୍ରଧାନ ଅଟକାଇ ବିଭିର୍ଣ୍ଣ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ. ଏବଂ ବାବୁପ୍ରଧାନ, ଦେବ ପ୍ରଧାନ, କାଳିଆପ୍ରଧାନ, ଚଗୁଲୁ ଗେଡି ଙ୍କ ସହ ଦଶ ରୁ ଉର୍ଦ୍ଧ ଯୁବକ ହାତରେ ଠେଙ୍ଗା ବାଡ଼ି, ବିଭିର୍ଣ୍ଣ ପ୍ରକାର ମାରଣାସ୍ତ୍ରଧରି ବାବୁଲି ମଳିକ ଙ୍କ ଜାତିଭେଦ କୁ ନେଇ ଅଶାଳୀନ ମନ୍ତବ୍ୟ ଦେଇ ମରଣାତ୍ମକ ଆକ୍ରମଣ କରିଥିଲେ. ରାଜରାସ୍ତା ଉପରେ ସଙ୍ଗବଦ୍ଧ ଆକ୍ରମଣ କରି ଦୁଇ ହଜାର ଟଙ୍କା ସହ ଗୋଟିଏ ମୋବାଇଲ ଲୁଟି ନେଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ. ଫଳରେ ବାବୁଲି ମଳିକ ଯାଜପୁରରୋଡ଼ ମେଡିକାଲ ରେ ଚିକିତ୍ସିତ ହୋଇଥିଲେ.ଏବଂଉପରୋକ୍ତ ବ୍ୟକ୍ତି ମାନେ ସଙ୍ଗ ବଦ୍ଧ ହୋଇ ସିରିଜ ୱାଇଜ ଖରଡ଼ି ଛୋକ ଠାରୁ ଜିନ୍ଦଲ ପ୍ଲାଣ୍ଟ ସଂନିକଟ ପର୍ଯ୍ୟନ୍ତ ଛପି ରହି ମଙ୍ଗଳପୁର ଙ୍ଗାର ଦଳିତ ମାନଙ୍କୁ ଆକ୍ରମଣ କରି ଥିଲେ. ଏହାକୁ ନେଇ ବାବୁଲି ମଳିକ ଙ୍କ ପତ୍ନୀ ବଉଳ ମଳିକ ଯାଜପୁରରୋଡ଼ ଥାନା ରେ ଲିଖିତ ଅଭିଯୋଗ କରିଥିଲେ. ଯାଜପୁରରୋଡ଼ ଆଇଆଇସି ଙ୍କ ନିର୍ଦେଶକ୍ରମେ ଦାନଗଦି ଫାଣ୍ଡି ଓଆଇସି ଘଟଣା ର ଅନୁଧ୍ୟାନ କରିଥିଲେ.ଏବଂ 115/2026ରେ ମାମଲା ପଞ୍ଜିକୃତ କରି ଆକ୍ରମଣକାରିଙ୍କ ବିରୁଦ୍ଧରେ ଏସସି, ଏସଟି ଆଟ୍ରସିଟି ଆକ୍ଟ 1989, ଆମେଣ୍ଡମେଣ୍ଟଆକ୍ଟ 2018 ସହ 3(1)ଭି ଏ, 3(1)ଆର, 3(1)ଏସ ସହ ଦଶ ରୁ ଉର୍ଦ୍ଧ ସଂଗୀନ ଦଫା ଲଗାଇ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି. ଏପଟେ ଜାତି ଜାତି ଭିତରେ ବିଭେଦ ସୃଷ୍ଟି କରି ଦଳିତ ବର୍ଗ ଙ୍କୁ ସଙ୍ଗ ବଦ୍ଧ ଆକ୍ରମଣ କୁ ଦଳିତ ସଂଗଠନ ଗୁଡିକ ପକ୍ଷରୁ ନିନ୍ଦା କରାଯାଇଛି. ଆକ୍ରମଣ ର ଶିକାର ହୋଇଥିବା ଦଳିତ ପରିବାରବର୍ଗ ଙ୍କୁ ସୁରକ୍ଷା ପ୍ରଦାନ ସହ ଅବିଳମ୍ବେ ଗିରଫ କରିବାକୁ ସିଭିଲ ସୋସାଇଟି ଯାଜପୁର, ଆମ୍ବେଦକର ଫାଉଣ୍ଡେସନ, ଆମ୍ବେଦକର ବାଦୀ ଗଣ ସଂଗଠନ ଗୁଡିକ ପକ୍ଷରୁ ଦାବି କରାଯାଇଛି. ନଚେତ ଦୁର୍ବାର ଆନ୍ଦୋଳନ କରାଯିବାକୁ ଚେତାବନି ଦିଆଯାଇଛି.
