ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର
ମାନ୍ୟବର
ଶ୍ରୀଯୁକ୍ତ ମୁଖ୍ୟମନ୍ତ୍ରୀ
ଓଡିଶା ସରକାର
ବିଷୟ:- ପବିତ୍ର ମୋହନ ମେଡିକାଲ୍ କଲେଜ୍ ର ରୋଗୀ ସେବା ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ୍ରେ କରିବା ଦାବୀରେ ରାଜ୍ୟ ବିଧାନସଭା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେଇଅଛୁ ।
ମହାଶୟ,
ଆମେ ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପବିତ୍ର ମୋହନ ମେଡିକାଲ୍ କଲେଜ୍ ର ରୋଗୀ ସେବା ଜିଲ୍ଲା ମେଡିକାଲ୍ ପରିବର୍ତେ ତାଳଚେର ସ୍ଥିତ ପବିତ୍ର ମୋହନ ମେଡିକାଲ୍ ରେ କରିବା ଦାବୀରେ ରାଜ୍ୟ ବିଧାନସଭା ସମ୍ମୁଖରେ ତାଳଚେରବାସୀଙ୍କ ପକ୍ଷରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେଇଅଛୁ । ତାଳଚେରରେ ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ପବିତ୍ର ମୋହନ ମେଡିକାଲ୍ ତିଆରି କଲେ । ପବିତ୍ର ମୋହନ ମେଡିକାଲ୍ ରେ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଗଲା । କିନ୍ତୁ ଦୁଃଖର ବିଷୟ ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ ହେଲା କିନ୍ତୁ ସରକାର ମେଡିକାଲ୍ କଲେଜ୍ ର ମେଡିକାଲ୍ କୁ ପବିତ୍ର ମୋହନ ମେଡିକାଲ୍ ବଦଳରେ ଅନୁଗୋଳ ଜିଲ୍ଲା ମେଡିକାଲ୍ କୁ ଗ୍ରହଣ କଲେ । ବର୍ତମାନ ଜିଲ୍ଲା ମେଡିକାଲ୍ ରେ ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ ର ମେଡିକାଲ୍ କାର୍ଯ୍ୟ କରୁଅଛି । ତାଳଚେରବାସୀ ସରକାରଙ୍କୁ ସବୁଠାରୁ ଅଧିକ ରାଜସ୍ୱ ଦେବା ପାଇଁ ଏଠାରୁ ଅଧିକ କୋଇଲା ଓ ବିଜୁଳି ଉତ୍ପାଦନ ହେଉଅଛି । ଏହାଦ୍ୱାରା ଏହି ଅଂଚଳ ଦେଶର ସବୁଠାରୁ ଅଧିକ ପ୍ରଦୂଷଣ ଅଂଚଳ ଭାବରେ ବିବେଚନା ହୋଇଛି ଓ ପ୍ରଦୂଷଣରେ ଧୂଳିଧୂଆଁ ଖାଇ ତାଳଚେରବାସୀ ବିଭିନ୍ନ ମାରାତ୍ମକ ରୋଗରେ ଜର୍ଜରିତ ହୋଇ ଉପଯୁକ୍ତ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଛନ୍ତି । ଏଠାରେ ଖୁବ୍ କମ୍ ବୟସରେ ଲୋକମାନେ ହାର୍ଟ, କ୍ୟାନସର ରୋଗରେ ମୃତ୍ୟୁ ବରଣ କରୁଛନ୍ତି । ତେଣୁ ତାଳଚେରବାସୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ମେଡିକାଲ୍ କଲେଜ୍ ର ହସ୍ପିଟାଲ୍ କୁ ଜିଲ୍ଲା ହସ୍ପିଟାଲ୍ ପରିବର୍ତେ ପବିତ୍ର ମୋହନ ହସପିଟାଲ୍ କୁ ଗ୍ରହଣ କରାଯାଉ ।
ଏଣୁ ଆପଣଙ୍କୁ ଅନୁରୋଧ କରୁଅଛୁ କି, ମାରାତ୍ମକ ରୋଗରେ ଜର୍ଜରିତ ତାଳଚେରବାସୀଙ୍କୁ ଆସନ୍ନ ମୃତ୍ୟୁ ମୁଖରୁ ବଂଚାଇବା ପାଇଁ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ ର ଡାକ୍ତରଖାନା ଭାବରେ ଜିଲ୍ଲା ହସ୍ପିଟାଲ୍ ପରିବର୍ତେ ପବିତ୍ର ମୋହନ ହସପିଟାଲ୍ କୁ ଗ୍ରହଣ କଲେ ତାଳଚେରବାସୀ ଆପଣଙ୍କ ଠାରେ ଚିରୋପକୃତ ହେବେ ।
।।ଇତି।।
ଆପଣଙ୍କର ବିଶ୍ୱସ୍ତ
