*ଆଜି ଖଡିଆଳ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ତା:୧୬.୦୨.
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଜିଲ୍ଲାପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଅଛି। ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇ ଅଭିଯୋଗ ଶୁଣାଣି ଶିବିର ରେ ସମୁଦାୟ ୬୮ ଗୋଟି ଅଭିଯୋଗ ଶୁଣାଣି କରିଥିଲେ। ସେଥିମଧ୍ୟରୁ ୪୮ ଗୋଟି ବ୍ୟକ୍ତି ଗତ ଏବଂ ୧୬ ଗୋଟି ଗୋଷ୍ଠିଗତ ଏବଂ ୪ ଗୋଟି ରେଡ କ୍ରସ ସହାୟତା ପ୍ରଦାନ କରିଛନ୍ତି। ଅଭିଯୋଗ ଶୁଣାଣି ଶିବିର ରେ ଗ୍ରହଣ କରି ସମସ୍ତ ଅଭିଯୋଗ କୁ ନେଇ ଆବଶ୍ୟକ ପଦକ୍ଷେପ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି। ଶିବିର ରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ. ଧନେଶ୍ୱର ସେଠୀ, ଉପଜିଲ୍ଲାପାଳ ଶୂର୍ମି ସୋରେନ, ଏପିଡି, ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଜିଲ୍ଲାପରିଷଦ ସଭ୍ୟ ମାଲ୍ୟବନ୍ତ୍ ସୁନା, ତନୟା ଶବର, ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ଆପତ୍ତି ଅଭିଯୋଗ ଶୁଣାଣୀ କରି ତାର ବିହିତ ପଦକ୍ଷେପ ନେଇଥିଲେ।
