(କଳାହାଣ୍ଡି.ରମେଶ ଅଗ୍ରୱାଲ.) ମଡନ ପବ୍ଲିକ ସ୍କୁଲ, ଭବାନୀପାଟଣା
ଭବାନୀାଟଣା ସହରର ମହାବୀରପଡା ସ୍ଥିତ ମଡନ ପବ୍ଲିକ ସ୍କୁଲ ଠାରେ ସ୍କୁଲର ୧୩ ତମ ବାର୍ଷିକ ଉତ୍ସବ ତା.୧୪.୦୨.୨୦୨୬ ରେ ଏକ ମହାସମାରୋହରେ ପାଳନ ହୋଇଯାଇଛି । ବିଦ୍ୟାଳୟର ନିର୍ଦ୍ଧେଶକ ମହମ୍ମଦ ୟୁସୁଫ୍। ଅବ୍ୟାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମୁଖ୍ୟଅତିଥି ଭାବେ କଳାହାଣ୍ଡି ପ୍ରାଇଭେଟ୍ ସ୍କୁଲ ଆସୋସିଏସନ୍ ର ଅଧ୍ୟକ୍ଷ ଡା. ଶିବରାମ ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଏହି ବିଦ୍ୟାଳୟର ଉପଡେଷ୍ଠା ଡ. ଉମେଶ ଚନ୍ଦ୍ର ଶତପଥି, ଯୋଗଦାନ କରିଥିଲେ । ଶ୍ରୀ ବିରେନ୍ଦ୍ର କୁମାର ଆଚାର୍ଯ୍ୟ, ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଶିକ୍ଷକ ଓ ଶ୍ରୀ ହରଜିନ୍ଦର ସିଂ, ଓକିଲ ତଥା ବରିଷ୍ଠ ସାମ୍ୱାଦିକ ସମ୍ମାନନୀୟ ଅତିଥି , ବରିଷ୍ଠ ସାମ୍ୱାଦିକ ତଥା କବି କାର୍ତ୍ତିକେଶ୍ୱର ନନ୍ଦ ଯୋଗ ଦେଇଥିଲେ । ଦିପ ପ୍ରଜ୍ବଳନ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା କାର୍ଯ୍ୟକ୍ରମର ଆରମ୍ଭ ପ୍ରାରମ୍ଭିକ ସଙ୍ଗିତପଠରୁ ହୋଇଥିଲା । ଶିକ୍ଷକ ମଳୟ କୁମାର ମୁଣ୍ଡ ସ୍ଵାଗତ ଭାଷଣ ଦେଇଥିଲେ । ଭବାନୀପାଟଣା ସୁନାମ ଧନ୍ୟ ଅଧ୍ୟାପକ ସ୍ବର୍ଗତ ସୁରଜିତ ସିଂ ଙ୍କ ଆତ୍ମାର ସତଗତି ନିମନ୍ତେ ନୀରବ ପ୍ରାର୍ଥନା ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସ୍କୁଲର ନିର୍ଦ୍ଦେଶକ ମହମ୍ମଦ ୟୁସୁଫ ଆବ୍ୟାସ ବାର୍ଷିକ ବିବରଣୀ ପାଠ କରିଥିଲେ । କୁନି କୁନି ଛୁଆମାନଙ୍କର ମାନସିକତାକୁ ଆଖି ଆଗରେ ରଖି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ସେମାନଙ୍କର ଦୃଷ୍ଟିଭଙ୍ଗୀ ସ୍ଥିର କରିବା ଉଚିତ, ଆଜି ପିଲାମାନଙ୍କୁ ମାନବିକ ଓ ଚରିତ୍ର ଶିକ୍ଷା ଉପରେ ଜୋର ଦେବା ମଧ୍ୟ୍ୟ ଜରୁରୀ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ପ୍ରିନ୍ସିପାଳ ମୂମତାଜ ଅବ୍ୟାସ ସ୍କୁଲ ର ପାଠ ପଢେଇବା ଶୈଳୀ ଓ ଛାତ୍ରଛାତ୍ରୀ ଉପରେ ଏହାର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ । ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମରେ କୃତିତ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ୨୦୨୫-୨୦୨୬ ପାଇଁ ‘ ଷ୍ଟୁଡେଣ୍ଟ୍ ଅଫ ଦି ଇୟର ‘ ୫ମ ଶ୍ରେଣୀର ଛାତ୍ର ଦିପ୍ତାସୁ ଦ୍ଵିବେଦିଙ୍କୁ ପ୍ରଦାନ କରିଥିଲେ । ଏହି ବର୍ଷ ପାଇଁ ଡ. ଗଫୁର ମହମ୍ମଦ ଛାତ୍ରବୃତ୍ତି ‘ ୪ର୍ଥ ଶ୍ରେଣୀ ଛାତ୍ର ମହମ୍ମଦ ସର୍ଫରଜଙ୍କୁ ପ୍ରଦାନ କରିଥିଲେ । ଶିକ୍ଷୟତ୍ରୀ ଦୀପିକା ପରିଡ଼ା ଦ୍ଵାରା ଧନ୍ୟବାଦ ଅର୍ପଣ ପରେ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶିକ୍ଷୟତ୍ରୀ ଦେବଶ୍ରିତା ରଥ, ବୈଶାଲିନି ନାୟକ ଓ ପ୍ରଣତି ପଣ୍ଡା । କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ସସ୍ମିତା ଝାଙ୍କର, ମିନତି ପଣ୍ଡା, ଚିନ୍ମୟୀ ସତଙ୍ଗି, ପ୍ରଣତି ପଣ୍ଡା, ଧର୍ମେନ୍ଦ୍ର ମୁଣ୍ଡ , ପ୍ରୀତି ଶର୍ମା, ସୁନୀତା ମୁଣ୍ଡ, ସୁକାନ୍ତି ନାଗ, ପଲ୍ଲବୀ ବାଗ, ପ୍ରୀୟସ୍ମିତା ସାଗର , ପୂର୍ଣ୍ଣିମା ନାୟକ, ହିମାଚଳ ଚ୍ଚତ୍ରୀୟା , ଘାସିରାମ ହରିଚନ୍ଦନ, ଯମୁନା ଚଲାନ, କବିତା ରାଉତ ଓ ପ୍ରୀୟଶ୍ରି ବାଗ ସହଯୋଗ କରିଥିଲେ ।
