*ନୂଆପଡାରେ ଏକଲବ୍ୟ ମଡେଲ୍ ଆବାସିକ ସ୍କୁଲ୍ ସମୀକ୍ଷା ବୈଠକ ଅନୁଷ୍ଠିତ।*
ନୂଆପଡା(ମିଖାଏଲ ନନ୍ଦ),
ତା: ୧୪.୦୨
ନୂଆପଡା ଜିଲ୍ଲାରେ ଏକଲବ୍ୟ ମଡେଲ୍ ଆବାସିକ ସ୍କୁଲ୍ ପରିଚାଳନା ନେଇ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସଭା କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ ସ୍କୁଲ ଅଧକ୍ଷ ସି.କେ. ଏମ୍. ନାୟଡୁ ସମସ୍ତଙ୍କୁ ସ୍ୱାଗତ କରି ଗତ ଜିଲ୍ଲା ସ୍ତରୀୟ କମିଟି ବୈଠକର କାର୍ଯ୍ୟ ବିବରଣୀ ଉପସ୍ଥାପନ କରିଥିଲେ। ସେ ଖେଳ ପଡିଆ ସମତୁଲ କରିବା, ନିୟମିତ ଆବର୍ଜନା ଉଠାଣ , ପ୍ରବେଶ ରାସ୍ତାର ରକ୍ଷଣା ବେକ୍ଷଣ, ଡାଇନିଂ ହଲ୍ ଆବଶ୍ୟକତା ଏବଂ ହାଇମାଷ୍ଟ ଆଲୋକ ସ୍ଥାପନ ସମ୍ବନ୍ଧରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ।
ଜିଲ୍ଲାପାଳ ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ଆବଶ୍ୟକ କାମର ପ୍ଲାନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ନୂଆପଡା ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବିଦ୍ୟାଳୟକୁ ଯାଇ ସମସ୍ୟାଗୁଡିକ ନିରୀକ୍ଷଣ କରିବାକୁ କହିଥିଲେ।
ଜିଲ୍ଲାପାଳ ସିଡିଏମଓ ଡାକ୍ତର ଧନେଶ୍ୱର ସେଠୀଙ୍କୁ ତାଙ୍କ ଦଳ ସହିତ ପ୍ରତିମାସରେ ଥରେ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ନିଜେ ସ୍କୁଲ୍ ପରିଦର୍ଶନ କରିବେ ବୋଲି ଜଣାଇଥିଲେ।ସେହିପରି ୧ ଅଗଷ୍ଟ ୨୦୨୫ ଠାରୁ ୩୧ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ବ୍ୟୟ ହୋଇଥିବା ଖର୍ଚ୍ଚକୁ ଜିଲ୍ଲାପାଳ ଅନୁମୋଦନ କରିଥିଲେ।ଏହି ବୈଠକରେ ଜିଲ୍ଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇ, ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ନବୋଦିତ୍ୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
