*ତାଳଚେର ପୌର ମଣ୍ଡଳ ରେ ଦିନଦୟାଲ ଉପାଧ୍ୟାୟ ଙ୍କ ପୂଣ୍ୟ ତିଥି ପାଳିତ*
ତାଳଚେର :ତା 11/02/2026: ମହାନ ଚିନ୍ତାନାୟକ, ଏକାତ୍ମ ମାନବ ବାଦ ଦର୍ଶନ ର ପ୍ରଣେତା ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଙ୍କର ପୂଣ୍ୟ ତିଥି ବୁଧବାର ପାଳିତ ହୋଇଯାଇଛି |ବିଜେପି ତାଳଚେର ପୌର ମଣ୍ଡଳ ପକ୍ଷରୁ ଦେଉଳବେଡା ବିଏମଏସ କାର୍ଯ୍ୟାଳୟ ରେ ଦିନଦୟାଲ ଙ୍କ ପୂଣ୍ୟ ତିଥି କୁ ସମର୍ପଣ ଦିବସ ଭାବେ ପାଳନ କରାଯାଇଛି |ମଣ୍ଡଳ ସଭାପତି ରାଜେଶ ଦଳେଇ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଯୋଗଦେଇ ପଣ୍ଡିତ ଦିନଦୟାଲ ଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ |ଦିନଦୟାଲ ଙ୍କ ଏକାତ୍ମ ମାନବ ବାଦ ତଥା ଅନ୍ତୋଦୟ ଲକ୍ଷ ଅନ୍ତୋଦୟ ପଥ ଅନ୍ତୋଦୟ ଓ ପଣ ଅନ୍ତୋଦୟ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ |ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ସ୍ୱୟଂ ସେବକ ରୁ କାର୍ଯ୍ୟ ଆରମ୍ଭ କରି ଜନସଙ୍ଘ କୁ ରେ କାର୍ଯ୍ୟ କରିଥିଲେ |ଏକାତ୍ମ ମାନବ ବାଦ ସୃଷ୍ଟି ବେଷ୍ଟି ପାରମେଷ୍ଟି ଉପରେ ଆଧାରିତ ସେ ବିଷୟରେ ଆଲୋଚନା କରିଥିଲେ |ଆଜିର କାର୍ଯ୍ୟକ୍ରମ ରେ ଆଇନଜୀବୀ ଅଖିଳ ସାମଲ, ଶମ୍ଭୁନାଥ ବେହେରା, ୟାଇବି ନନ୍ଦ, ଓ ଗଦାଧର ସାମଲ, ପୂର୍ଣଚନ୍ଦ୍ର ବେହେରା, ବିଜୟ ନାଏକ, ରିତେଶ ସାହୁ, ସୁକାନ୍ତ ରାୟ, ତ୍ରିନାଥ ବେହେରା, ପାପୁନ ମହାପାତ୍ର ବେହେରା, ଜଗଦୀଶ ମିଶ୍ର, ରାଜେଶ ମହାପାତ୍ର, ପରେଶ କୁମାର ପାଲ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |
