*ନୂଆପଡା ପି ଏମ୍ ଶ୍ରୀ ନେସନାଲ୍ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଆୟୋଜିତ ଛାତ୍ର ଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଅତିଥି ମାନଙ୍କ ଆହ୍ବାନ* l
ନୂଆପଡା(ମିଖାଏଲ ନନ୍ଦ)
ତା ୦୭/୦୨
ନୂଆପଡା ଜିଲ୍ଲାର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ପି ଏମ୍ ଶ୍ରୀ ନେସନାଲ୍ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ପ୍ରଧାନ ଶିକ୍ଷକ ଗୋଲାପ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସୁଧାଂଶୁ ଶେଖର ମିଶ୍ର ମୁଖ୍ୟ ଅତିଥି ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡଃ ରେଶମ୍ ଲାଲ୍ ନାଏକ, ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ସଭାପତି ପଞ୍ଚସଖା ଶିକ୍ଷା ସେତୁ ପ୍ରକାଶ ସାହୁ, ବିଶିଷ୍ଟ ସମାଜ ସେବୀ ତଥା ସାମ୍ବାଦିକ ସୁରେଶ ଆଚାରୀ ,ସଭାପତି ବିଦ୍ୟାଳୟ ପରିଚାଳନା କମିଟି କୁଞ୍ଜ ବିହାରି ବାଗ ଏଵଂ କମିଟି ସଭ୍ୟା ଶ୍ରୀମତୀ ଧନେଶ୍ୱରୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ l ଶିକ୍ଷକ ସୁକାନ୍ତ ଶତପଥୀ ଙ୍କ ଦ୍ଵାରା ରଚିତ, ସୁରେଶ ଚନ୍ଦ୍ର ପରିଡା ଓ ସସ୍ମିତା ଗଡନାୟକଙ୍କ ମାର୍ଗ ଦର୍ଶନରେ ଛାତ୍ରୀମାନେ ସୁନ୍ଦର ସ୍ବାଗତ ସଂଗୀତ ପରିବେଷଣ କରିଥିଲେ l ଶ୍ରୀ ଶତପଥି ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ lଏହି ଅବସରରେ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଆହ୍ବାନ ଦେଇଥିଲେ l ପାଠ ପଢିବା ସହିତ କ୍ରୀଡ଼ା ଓ ବିଭିନ୍ନ ସୃଜନଶୀଳ କାର୍ଯ୍ୟରେ ମନୋନିବେଶ ପାଇଁ ଉପଦେଶ ଦେଇଥିଲେ l ଶ୍ରୀ ଆଚାରୀ ଜିଲ୍ଲାର ଏହି ପୁରାତନ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ l ମୁଖ୍ୟ ବକ୍ତା ଶ୍ରୀ ପଣ୍ଡା ପି ଏମ୍ ଶ୍ରୀ ନେସନାଲ ହାଇସ୍କୁଲ ଜିଲ୍ଲାର ଏକ ପ୍ରମୁଖ ଉତ୍କର୍ଷ କେନ୍ଦ୍ର ହିସାବରେ ନିଜକୁ ପ୍ରତିଷ୍ଠା କରିବା ସହିତ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିବା ଏକ ଗର୍ବର କଥା ବୋଲି କହିଥିଲେ l ଏହା ସହିତ ଛାତ୍ରଛାତ୍ରୀ ମାନଙ୍କୁ କଠିନ ପରିଶ୍ରମ କରି ନିଜ ପରିବାର ତଥା ବିଦ୍ୟାଳୟର ସୁନାମ ବୃଦ୍ଧି କରିବା ପାଇଁ ଉତ୍ସାହିତ କରିଥିଲେ l ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ନିକଟରେ ଜିଲ୍ଲା ସ୍ତରୀୟ ପି ଏମ୍ ଶ୍ରୀ ଉତ୍ସବ ଏଠାରେ ସଫଳତାର ସହିତ ଆୟୋଜିତ ହେବା ଏବଂ ପାଞ୍ଚୋଟି ବର୍ଗରେ ବିଦ୍ୟାଳୟ ସମ୍ମାନିତ ହେବା ଏକ ଆନନ୍ଦର ବିଷୟ ବୋଲି ଅଭିହିତ କରିଥିଲେ l ଅତିଥି ମାନଙ୍କୁ ବାର୍ଷିକ ଉତ୍ସବରେ ଯୋଗଦାନ ପାଇଁ ଧନ୍ୟବାଦ ଜଣାଇଥିଲେ l
ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାର କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ସିନିୟର ବାଳକ କ୍ରୀଡା ଚାମ୍ପିଅନ୍ ଙ୍କୁ ଶାରଦାକାନ୍ତ ବଢାଇ ସ୍ମାରକୀ ଟ୍ରଫି,ସିନିୟର ବାଳିକା କ୍ରୀଡା ଚାମ୍ପିଅନ୍ ଙ୍କୁ ହରପ୍ରିୟା ବଢ଼ାଇ ସ୍ମାରକୀ ଟ୍ରଫି, ଜୁନିୟର ବାଳକ କ୍ରୀଡା ଚାମ୍ପିଅନ୍ ଙ୍କୁ ବ୍ରଜେନ୍ଦ୍ର ପ୍ରସାଦ ବଢାଇ ସ୍ମାରକୀ ଟ୍ରଫି,ଜୁନିୟର ବାଳିକା କ୍ରୀଡା ଚାମ୍ପିଅନ୍ ଙ୍କୁ ଧର୍ମେନ୍ଦ୍ର ପ୍ରସାଦ ବଢାଇ ସ୍ମାରକୀ ଟ୍ରଫି ସହିତ
ସମସ୍ତଙ୍କୁ ୧୦୦୦ ଟଙ୍କା ଲେଖାଏଁ ନଗଦ ପୁରସ୍କାର ରାଶି ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢାଇଙ୍କ ସୌଜନ୍ୟରୁ ପ୍ରଦାନ କରାଯାଇଥିଲା।
ଛାତ୍ରଛାତ୍ରୀ ମାନେ ଆକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ମୟୂରଭଞ୍ଜ ଲୋକନୃତ୍ୟ ସମସ୍ତଙ୍କ ମନ ମୋହିଥିଲା l କାର୍ଯ୍ୟକ୍ରମକୁ ଶିକ୍ଷକ ଜିତେନ୍ଦ୍ର ଖମାରୀ ସଂଯୋଜନା କରିଥିଲେ l ସମାରୋହ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l
