ଶ୍ରୀ ଶ୍ରୀ ବାବା ଇଶାନେଶ୍ୱରଙ୍କ ଷୋହଳତମ ମନ୍ଦିର ପ୍ରତିଷ୍ଠା ଦିବସ :
ରେମୁଣା ବ୍ଲକ ଅନ୍ତର୍ଗତ କରଞିଆ ପଞ୍ଚାୟତର ଫକୀରମୋହନ ନଗରରେ ଶ୍ରୀ ଶ୍ରୀ ବାବା ଇଶାନେଶ୍ୱରଙ୍କ ଷୋହଳତମ ମନ୍ଦିର ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି। ଏହି ଅବସରରେ ଦିବସ ବ୍ୟାପୀ ପୂଜାର୍ଚ୍ଚନା ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ମୁକୁନ୍ଦ ଭାରତୀ, ସମ୍ବିତ କୁମାର ବେହେରା, ଗଦାଧର ମହାରଣା, ଶିବାନନ୍ଦ ପଣ୍ଡା, ଅଜିତ ପାଢ଼ୀ, ଅଜିତ ପାଣିଗ୍ରାହୀ, ଭଗବାନ ବେହେରା, ମହେଶ୍ବର ରଥ, ଭଞ୍ଜ କିଶୋର ପ୍ରଧାନ, ସ୍ନେହଲତା ଜେନା, ଜୟନ୍ତୀ ନାୟକଙ୍କ ସମେତ ବହୁ ମହିଳା ଶ୍ରଦ୍ଧାଳୁ ତଥା ହଜାର ହଜାର ସଂଖ୍ୟାରେ ଭକ୍ତ ବୃନ୍ଦ ଉପସ୍ଥିତ ରହି ଶ୍ରୀ ଶ୍ରୀ ବାବା ଇଶାନେଶ୍ୱରଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଥିଲେ। ସନ୍ଧ୍ୟା ସମୟରେ ଭୋଗଲାଗି ପୂଜା ପ୍ରସାଦ ସେବନର ଆୟୋଜନ କରାଯାଇଥିଲା।।।
