*ପ୍ରସବ ପରେ ମା’ ଓ ନବଜାତକୁ ନିଜ ଗାଡ଼ିରେ ଘରେ ଛାଡ଼ିଲେ ଡାକ୍ତର ସୁମିତ ମିଶ୍ର* ।
ବରଗଡ :୦୬/୦୨(ନି, ପ୍ର) ପ୍ରସବ ପରେ ମା’ ଓ ନବଜାତ ଶିଶୁକୁ ସୁରକ୍ଷିତ ଭାବେ ଘରକୁ ପହଞ୍ଚାଇ ଦେଇ ଜଣେ ଡାକ୍ତର ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି। ସ୍ୱାସ୍ଥ୍ୟସେବାରେ ନିୟୋଜିତ ଏହି ଡାକ୍ତର ଜଣକ ରୋଗୀଙ୍କ ପରିବାରର ଅସୁବିଧା ଦେଖି ନିଜ ଗାଡ଼ିରେ ତୁଲାବତି ବରିହା ଓ ତାଙ୍କ ନବଜାତ ପିଲାକୁ କନ୍ଦାଗାଡ ଗ୍ରାମରେ ତାଙ୍କ ଘରେ ଛାଡ଼ିବାକୁ ଆଗେଇ ଆସିଥିଲେ। ସୂଚନା ଅନୁସାରେ ପ୍ରସବ ସଫଳ ଭାବେ ସମ୍ପନ୍ନ ହେବା ପରେ ରୋଗୀଙ୍କ ପରିବାର ପାଖରେ ଯାତାୟାତର ସୁବିଧା ନଥିଲା। ଏହି ସ୍ଥିତି ଜାଣି ତାଲପାଲି ସ୍ବାସ୍ଥ୍ୟ କେନ୍ଦ୍ରର ଯୁବ ଡାକ୍ତର ସୁମିତ ମିଶ୍ର କେବଳ ଚିକିତ୍ସକ ଭାବେ ନୁହେଁ ଏକ ମଣିଷ ଭାବେ ଦାୟିତ୍ୱ ନେଇ ମା’ ଓ ଶିଶୁକୁ ସୁରକ୍ଷିତ ଭାବେ ଘରକୁ ପହଞ୍ଚାଇ ଦେଇଥିଲେ। ଡାକ୍ତରଙ୍କ ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଲୋକେ ଭାରି ପ୍ରଶଂସା କରୁଛନ୍ତି। ସେମାନେ କହିଛନ୍ତି ଯେ ଏପରି କାର୍ଯ୍ୟ ସମାଜରେ ମାନବିକ ମୂଲ୍ୟବୋଧକୁ ଆହୁରି ଶକ୍ତ କରେ ଓ ଚିକିତ୍ସକ ପେଶା ପ୍ରତି ଲୋକଙ୍କ ଆସ୍ଥା ବଢ଼ାଇଥାଏ।
