*ଜିଲ୍ଲା ସ୍ତରୀୟ ପି ଏମ ଶ୍ରୀ ଉତ୍ସବ ଉଦଘାଟିତ*
*ମନ ମୋହିଲା ଛାତ୍ର ଛାତ୍ରୀଙ୍କ ପ୍ରଦର୍ଶିତ କାର୍ଯ୍ୟକ୍ରମ*
ବୌଦ୍ଧ :-୫/୨:-ବୌଦ୍ଧ ସଦର ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ପି ଏମ ଶ୍ରୀ ଉତ୍ସବ ଉଦଘାଟିତ ହୋଇଯାଇଛି l କାର୍ଯ୍ୟକ୍ରମର ଆବାହକ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେଙ୍କ ଆମନ୍ତ୍ରଣ କ୍ରମେ ମୁଖ୍ୟ ଅତିଥି ବୌଦ୍ଧ ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ଓଡିଶା ବିଧାନସଭା ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାର୍ଥକ ରାୟ ଓ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ଅନ୍ୟତମ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା,ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଓ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣଚନ୍ଦ୍ର ସାମଲ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ମଞ୍ଚାସୀନ ଥିଲେ l ସମସ୍ତ ଅତିଥି ପ୍ରଦର୍ଶିତ ପ୍ରଦର୍ଶନୀ ସ୍ଥଳ ଗୁଡିକ ଫିତା କାଟି ଉଦଘାଟନ କରିବା ସହିତ ପ୍ରଦର୍ଶନରେ ଥିବା ଛାତ୍ର ଛାତ୍ରୀଙ୍କ ସହିତ ପ୍ରକଳ୍ପ ଗୁଡିକ ସମ୍ପର୍କରେ ପଚାରି ବୁଝିଥିଲେ l ପ୍ରଦର୍ଶନୀ ସ୍ଥଳରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ଆକାଂକ୍ଷୀ ଛାତ୍ର ପରିଷଦ ଟେଲେଣ୍ଟ ଗ୍ୟାଲେରୀ ଯଥା ସାହିତ୍ୟ ସୃଜନୀ, ଜିଜ୍ଞାସା,କୌଶଳୀ, କ୍ରୀଡ଼ାଙ୍ଗନ,ଭାଷା ପ୍ରୟୋଗଶଳା, ଧରାଣୀୟ ବିକାଶ ଲକ୍ଷ୍ୟ ଅନ୍ତର୍ଗତ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ, ଦେକାନ ଯାତ୍ରା, ସକ୍ଷମ କେନ୍ଦ୍ର, ପି ଗି ବ୍ୟାଙ୍କ ଓ ବ୍ୟାଙ୍କିଙ୍ଗ ସଚେତନତା ଆଦି ପ୍ରଦର୍ଶିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ପିଲାଙ୍କ ବ୍ୟକ୍ତିତ୍ୱ ନିର୍ମାଣରେ ଗୁରୁତ୍ୱ ଦିଆଯାଇଛି ଯାହାକି ପିଲାଙ୍କୁ ଅନେକ ଆଗକୁ ନେଇଯିବ, ପିଲାମାନେ ଏକ ସୁନ୍ଦର ମଣିଷ ହୋଇ ସମାଜକୁ ଆଗକୁ ନେବାରେ ସହାୟକ ହୋଇପାରିବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଦୁବେ ବକ୍ତବ୍ୟ ରଖିଥିଲେ l ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବାରିକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟଜ୍ଞାପନ କରିଥିବା ବେଳେ ଅନ୍ୟତମ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଲେଙ୍କା ଧନ୍ୟବାଦ ଦେଇଥିଲେ l ଶିକ୍ଷକ ସନ୍ତୋଷ କୁମାର କର୍ଣ୍ଣ ଅତିଥି ପରିଚୟ ସହିତ ମଞ୍ଚ ପରିଚାଳନା କରିଥିଲେ l ଜିଲ୍ଲାର ପିଏମ ଶ୍ରୀ ବାବା ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟ ସରସରା, ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଦହ୍ୟା, ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୌଦ୍ଧ, ପି ଏମ ଶ୍ରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୋଡିବାହାଲର ଛାତ୍ର ଛାତ୍ରୀ ମାନେ ଉକ୍ତ କାର୍ଯ୍ୟକ୍ରମର ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବାବେଳେ ବଢିଗାଁ ଓ ହରଭଙ୍ଗା ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଆଦର୍ଶ ସଂସଦରେ ଅଂଶଗ୍ରହଣ କରିଥିଲେ l ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀ ମାନେ ଘୋଷ ବାଦ୍ୟ ବଜେଇ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ l ପ୍ରକାଶ ଥାଉକି ଉକ୍ତ କାର୍ଯ୍ୟକ୍ରମ ଆସନ୍ତା କାଲି ପର୍ଯ୍ୟନ୍ତ ଚାଲିବାର ବ୍ୟବସ୍ଥା ରହିଅଛି l
