**ବିଶ୍ୱ କର୍କଟ ଦିବସରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ*
ଜଗତସିଂହପୁର ଜିଲ୍ଲା ତିର୍ତୋଲ ବିଶ୍ୱ କର୍କଟ ଦିବସ ଉପଲକ୍ଷେ କର୍କଟ ରୋଗରୁ ଦୁରେଇ ରହିବା ସହିତ ଏହାର ନିରାକରଣ ନିମନ୍ତେ ସାମାଜିକ ଅନୁଷ୍ଠାନ ମଦର ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି | ସ୍ଥାନୀୟ ତିର୍ତ୍ତୋଲ ଠାରେ ଆୟୋଜିତ ଏହି ଜନସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ, କଲେଜ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ ତଥା ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ | ମଦର ଅନୁଷ୍ଠାନର କର୍ମକର୍ତ୍ତା ନିଶାକର ଦାସ, ଅଂଶୁମାନ ଆଚାର୍ଯ୍ୟ ଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମ୍ଭେମାନେ କିପରି ନିଶାଦ୍ରବ୍ୟ ଏବଂ ଜଙ୍କ ଫୂଡ଼ ଠାରୁ ଦୁରେଇ ରହିବା, ପ୍ରାଥମିକ ଅବସ୍ଥା ରୁ ଚିହ୍ନଟ ଏବଂ ଏହାର ନିରାକରଣ ଉପରେ ଆଲୋଚନା ସହିତ ପ୍ଲାକାର୍ଡ଼ ପ୍ରଦର୍ଶନ ପୂର୍ବକ ଏକ ଶୋଭାଯାତ୍ରା କରାଯାଇଥିଲା | ବିଶେଷ କରି ସ୍ଥାନୀୟ ଅଞ୍ଚଳର ଶିକ୍ଷାନୁଷ୍ଠାନ ମେରୀ ଏଲିଜା ନର୍ସିଙ୍ଗ କଲେଜର ଅନେକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ |
ଏହି କାର୍ଯ୍ୟକ୍ରମ ରେ ସଚେତନତାର ବାର୍ତ୍ତା ଥିଲା, ଏହି ରୋଗଠୁ ଦୂରେଇରହିବା କୁ ହେଲେ ସ୍ୱାସ୍ଥ୍ୟ କର ଖାଦ୍ୟ ଏବଂ ନିୟମିତ ବାୟାମ । ଏହି ସମସ୍ୟାକୁ ଏଡ଼ାଇବା ପାଇଁ ଆମ ଅନୁଷ୍ଠାନ ମଦର ପକ୍ଷରୁ ବର୍ଷ ତମାମ ବିଭିନ୍ନ ସ୍ଥାନରେ ସମାଜର ଯୁବବର୍ଗଙ୍କୁ ନେଇ ଏଭଳି ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜିତ ହେଉଅଛି | ଆଗାମୀ ଦିନରେ ମଧ୍ୟ ଏଭଳି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ସମସ୍ତ ଯୁବ ବର୍ଗ ଜନସାଧାରଣ ଯୋଡି ହେବା ପାଇଁ ମଦର ଅନୁଷ୍ଠାନର ମୁଖ୍ୟ ପରିଚାଳକ ପ୍ରମୋଦ କୁମାର ଦାସ ଆହ୍ୱାନ ଦେଇଛନ୍ତି |
