୧୪ତମ ଅଷ୍ଟପ୍ରହରୀ ନାମ ଯଜ୍ଞ ଅଁଳାକଟା ଗ୍ରାମରେ ହୋଇଯାଇଛି।
ପରଜଙ୍ଗ : (ଭଞ୍ଜଦୂତ ଖବର ସତ୍ୟବାଦୀ ସେଠୀ )ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ କୁମୁସୀ ପଞ୍ଚାୟତ ଅଁଳାକଟାଗ୍ରାମରେ ୧୪ ତମ ଅଷ୍ଟପ୍ରହର ନାମ ଯଜ୍ଞ ମହାମାରୋହ ରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମଙ୍ଗଳବାର ଅପରାହ୍ନ ରେ ଘଣ୍ଟ , ଘଣ୍ଟା , କାହାଳୀ , ଓ ନାମ ସଂକୀର୍ତ୍ତନ ସହ କଳସ ଯାତ୍ରାରେ ଗ୍ରାମର ଶତାଧିକ ପୁରୁଷ ଓ ବାଳକ ମାନେ ସାମିଲ ହୋଇ ସ୍ଥାନୀୟ ଡିମିରି ବନ୍ଦ କୂଳରେ ସୂର୍ଯ୍ୟ , ବରୁଣ ଆଦି ପୂଜାର୍ଚ୍ଚନା କରଯାଇ ଲକ୍ଷ୍ମୀନାରାୟଣ ଙ୍କୁ ଆବାହନ କରି ଡିମିରି ବନ୍ଦ ରୁ ପବିତ୍ର ଜଳ ଆଣି କୁଞ୍ଜରେ ସ୍ଥାପନ କରିଥିଲେ । ପୂଜକ ଙ୍କ ପୌରହିତ୍ୟ ରେ ସନ୍ଧ୍ୟାରେ ଅଧିବାସ ଅନୁଷ୍ଠିତ ହୋଇଥିଲା । ବୁଧବାର ଅହୋରାତ୍ରରୁ ନାମ ସଂକୀର୍ତ୍ତନ ପରେ ଗୋରୁ ବାର ଦିନ ନଗର ସଂକୀର୍ତ୍ତନ ତଥା ଦଧି ଭାଣ୍ଡ ଭଞ୍ଜନ , ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ଏଥିରେ ବସନ୍ତପଡା,ପାଟରପଦା,ମେଣ୍ଡାପଦା,ଲୋଧଣୀ,ପରଜଙ୍ଗ,ଜହ୍ନାପଡା,ଜୟପରାକାଟେଣୀ ରୁ ୪ଦଳ ,ବଡ଼ଝରା,କନ୍ଧରସିଙ୍ଗା ପ୍ରଭୁତି ବିଭିନ୍ନ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ଅହରହ ନାମ ସଂକୀର୍ତ୍ତନ ପରିବେଷଣ କରିଥିଲେ ।
