*କେନ୍ଦ୍ର ବଜେଟ ରେ ଜାତୀୟ ଜଳମାର୍ଗ 5 ତାଳଚେର ଧାମରା ପାଇଁ ବ୍ୟୟବରାଦ*
(ପ୍ରଧାନମନ୍ତ୍ରୀ, କେନ୍ଦ୍ର ଅର୍ଥ ମନ୍ତ୍ରୀ, ଓ ଶିକ୍ଷା ମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଲେ ସାଂସଦ ଓ ବିଜେପି ଜିଲ୍ଲା ନେତୃତ୍ୱ )
ଅନୁଗୁଳ /ତାଳଚେର :ତା 1/2/2026: କେନ୍ଦ୍ର ବଜେଟ ଆଜି ରବିବାର ପାର୍ଲିଆମେଣ୍ଟ ରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଛନ୍ତି |ଏଥିରେ ସବୁ କ୍ଷେତ୍ରରେ ଓଡିଶା କୁ ଗୁରୁତ୍ୱ ଦିଆଯାଇଛି |ଅନୁଗୁଳ ଜିଲ୍ଲାର ବ୍ରାହ୍ମଣୀ ନଦୀରେ ତାଳଚେର ଧାମରା /ପାରାଦ୍ୱୀପ ଜାତୀୟ ଜଳପଥ 5 ଉପରେ ଗୁରୁତ୍ୱ ଦିଆଯାଇ ବ୍ୟୟ ବରାଦ କରାଯାଇଛି |ବଜେଟ ରେ ସମସ୍ତ ବର୍ଗର ଜନସାଧାରଣ ଙ୍କ ପାଇଁ ବ୍ୟବସ୍ଥା କରାଯାଇଛି |କୃଷକ, ମହିଳା, ଯୁବକ ଓ ଗରିବ ସମସ୍ତ ଙ୍କୁ ଆଖି ଆଗରେ ରଖି ବଜେଟ ପ୍ରସ୍ତୃତ କରାଯାଇଛି |ଖଣିଜ କରିଡର ରେ ଅନୁଗୁଳ ଜିଲ୍ଲା ତଥା ତାଳଚେର ବିଶେଷ ଉପକୃତ ହେବ |ବଜେଟ କୁ ନେଇ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଏହା ଐତିହାସିକ ବଜେଟ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି |ସେହିପରି ବିଧାୟକ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଅଗସ୍ତି ବେହେରା, ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ପ୍ରାକ୍ତନ ବିଧାୟକ ରମେଶ ସାଏ, ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର ଓ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଙ୍କ ସମେତ ସମସ୍ତ ଜିଲ୍ଲା ପଦାଧିକାରୀ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଅର୍ଥ ମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି |
